ଯୌତୁକ ଯୁଇରେ ବଳି ପଡିଲା ବୋହୂ : ସ୍ୱାମୀ ଓ ଶ୍ୱଶୁର ଗିରଫ

ବାଲୁଗାଁ: ଯୌତୁକ ଯୁଇର ବଳି ପଡିଲା ବୋହୂ I ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ବୋହୂକୁ ପିଟି ପିଟି ମାରିଦେଇଛନ୍ତି ଶାଶୁ ଘର ଲୋକେ I ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସିଙ୍ଗେଶ୍ୱର ଗ୍ରାମରେ।

ଘଟଣାନୁସାରେ ୨ ବର୍ଷ ପୂର୍ବେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ମୋରଡା ଗାଁର ସ୍ୱାଗତିକା ପଣ୍ଡା,ବାଲୁଗାଁ ସିଙ୍ଗେଶ୍ୱର ଗ୍ରାମର ଅରୁଣ ହୋତାଙ୍କ ପୁଅ ପ୍ରିତମ ହୋତାଙ୍କୁ ବିବାହ କରିଥିଲେ I ଉଭୟଙ୍କର ଏକ କନ୍ୟା ସନ୍ତାନ ରହିଛି I ବିବାହ ପରଠାରୁ ସ୍ଵାଗତିକାଙ୍କ ଉପରେ ଶାଶୂଘର ଲୋକେ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ I ଗତକାଲି ରାତିରେ ସେହି ଘଟଣାର ପୁନରାବୃତି ହେବାରୁ ସ୍ଵାଗତିକ କାନ୍ଦି କାନ୍ଦି ଏ କଥା ତାଙ୍କ ମାମୁଁ ଙ୍କୁ ଫୋନରେ ଜଣାଇଥିଲେ I ଏହାପରେ ମାମୁ ତୁରନ୍ତ ତାଙ୍କ ଶାଶୁ ଘରେ ପହଞ୍ଚିଥିବା ବେଳେ ସେଠାରେ ସ୍ୱାଗତିକାଙ୍କୁ ପାଇ ନ ଥିଲେ। ଏହାପରେ ସେ ହସ୍ପିଟାଲ ଯାଇଥିବା ଖବର ପାଇ ସେଠାକୁ ଯାଇଥିଲେ। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇ ସାରିଥିବା ଦେଖିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ସ୍ୱାଗତିକାଙ୍କ ପରିବାର ଲୋକେ ତାଙ୍କ ସ୍ୱାମୀ ପ୍ରିତମ ହୋତା, ଶ୍ୱଶୁର ଅରୁଣ ହୋତା ଓ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହି ମାମଲାରେ ପ୍ରିତମ ଓ ତାଙ୍କ ବାପାଙ୍କୁ ଗିରଫ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଂଚି ତଦନ୍ତ କରୁଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

Govt

Comments are closed.