ଝାରଖଣ୍ଡ : ମୁଖ୍ୟମନ୍ତ୍ରୀ ଙ୍କ ସହଯୋଗୀ ଙ୍କ ଘରେ ଇଡି ରେଡ଼,ମିଳିଲା ଏ.କେ.-୪୭

ଝାରଖଣ୍ଡ : ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରେ ଇଡି ର ରେଡ୍‌ I ଅର୍ଥ ହେରଫେର ତଥା ବେଆଇନ ଖଣି ଖନନ ମାମଲାରେ ଇଡି ବୁଧବାର ସକାଳୁ ସକାଳୁ ଏହି ଚଢ଼ାଉ ଜାରି ରହିଛି। ଏହି ସବୁ ଚଢ଼ଉ ପ୍ରେମ ପ୍ରକାଶଙ୍କ ବିଭିନ୍ନ ଠିକଣା ଉପରେ ଚାଲିଥିବା ବେଳେ ତାଙ୍କ ଆଲମୀରାରୁ ଇଡିକୁ ୨ଟି ଏକେ-୪୭ ରାଇଫଲ ମିଳିଛି । ଏଥିସହ ବିପୁଳ ପରିମାଣର ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି। ସେ ବେଆଇନ ଭାବେ ଏହାକୁ ନିଜ ପାଖରେ ରଖିଥିଲେ। ତେଣୁ ଇଡି ପକ୍ଷରୁ ଏହି ମାମଲା ସହ ଜଡ଼ିତ ଅଧିକାରୀଙ୍କୁ ଖବର ଦିଆଯାଇଥିଲା। ସେମାନେ ଦୁଇଟି ଯାକ ଏକେ-୪୭ ଜବତ କରିବା ସହ ପ୍ରେମ ପ୍ରକାଶଙ୍କ ନାଁରେ ଆର୍ମିସ ଆକ୍ଟରେ ମାମଲା କରିଥିବା ଜଣାପଡ଼ିଛି। ଏହି ଘଟଣା ବର୍ତ୍ତମାନ ପୂରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ ହେମନ୍ତ କିମ୍ବା ପ୍ରେମ ପ୍ରକାଶ ଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ହରମୁ ସ୍ଥିତ ପ୍ରେମ ପ୍ରକାଶଙ୍କ ବାସଭବନରେ ଇଡି ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି। ବୁଧବାର ପୂର୍ବାହ୍ନରେ, ଇଡି ରାଞ୍ଚିରେ ପ୍ରେମ ପ୍ରକାଶ ଙ୍କ କାର୍ଯ୍ୟାଳୟ ସମେତ ୧୧ ଟି ସ୍ଥାନ ରେ ଚଢ଼ାଉ କରିଛି I ପ୍ରେମ ପ୍ରକାଶଙ୍କ ଘର ବ୍ୟତୀତ ବିହାର, ଝାରଖଣ୍ଡ, ତାମିଲନାଡୁ ଓ ଦିଲ୍ଲୀ-ଏନସିଆରର ଆଉ ୨୦ଟି ସ୍ଥାନରେ ମଧ୍ୟ ଇଡି ଚଢ଼ଉ କରିଥିଲା। ଏବେ ବି ରେଡ ଜାରି ରହିଛି। ଏହି ମାମଲାରେ ହେମନ୍ତ ସୋରେନ ମଧ୍ୟ ଇଡି ସ୍କାନରରେ ରହିଛନ୍ତି।

ପ୍ରେମ ପ୍ରକାଶ ଝାରଖଣ୍ଡ ପାୱାର କରିଡରରେ ପିପି ଭାବରେ ଜଣାଶୁଣା I ସେ ଯେ କୌଣସି ସରକାର ସମେତ ଅନେକ ଆଇଏଏସ୍ ଅଧିକାରୀଙ୍କ ନିକଟତର ବୋଲି କୁହାଯାଉଛି। ସରକାରଙ୍କର ହାତ ବାରିସୀ ଥାଇ ପ୍ରେମ ପ୍ରକାଶ ଟ୍ରାନ୍ସଫର – ପୋଷ୍ଟିଂ ଭଳି କାମ କରୁଥିଲେ I ଏଥିପାଇଁ ରାଜନୈତିକ ମହଲ ରେ ସେ ବେଶ ଜଣାଶୁଣା I ତାଙ୍କ ସମ୍ମତି ରେ ରାଜ୍ୟରେ ଯେ କୌଣସି ସ୍ଥାନକୁ ଟ୍ରାନ୍ସଫର-ପୋଷ୍ଟିଂ ହୋଇଥାଏ I ଏଥିପାଇଁ ସେ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି I

ସେପଟେ ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଫ୍ଲୋର ଟେଷ୍ଟ ପୂର୍ବରୁ ଆରଜେଡି ନେତାଙ୍କ ଠିକଣା ଉପରେ ମଧ୍ୟ ସିବିଆଇ ଚଡଉ ଜାରି ରହିଛି । ଚାକିରୀ ବଦଳେ ଜମି ମାମଲାରେ ଚାଲିଥିବା ଏହି ଚଢଉ ପ୍ରାୟ ୨୪ଟି ସ୍ଥାନରେ ହୋଇଛି। ଏଥିରେ ଆରଜେଡି ଏମଏଲସି ସୁନୀଲ ସିଂହ, ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରାୟ, ରାଜ୍ୟସଭା ସାଂସଦ ଅସଫାକ କରୀମ ଓ ଫୟାଜ ଅହମ୍ମଦଙ୍କ ଠିକଣାରେ ଏହି ସବୁ ଚଢଉ ଚାଲିଛି। ଆରଜେଡି ଏମଏଲସି ସୁନୀଲ ସିଂଙ୍କ କହିବା ଅନୁଯାୟୀ, ଜାଣିଶୁଣି ଏଭଳି କରାଯାଉଛି । ଏଭଳି କରିବା ଦ୍ୱାରା କାଳେ ବିଧାୟକ ମାନେ କାଳେ ଡରିକି ବିଜେପି ପକ୍ଷକୁ ଚାଲିଆସିବେ । କିନ୍ତୁ ଏଭଳି ହେବ ନାହିଁ । କେବଳ ସିବିଆଇ ନୁହେଁ ଇଡି ମଧ୍ୟ ବେଶ ସକ୍ରିୟ ହୋଇଛି । ଝାଡଖଣ୍ଡ, ତାମିଲନାଡୁ, ବିହାର ଓ ଦିଲ୍ଲୀର ୧୭ ସ୍ଥାନରେ ଚଢାଉ କରିଛି ଇଡି ।

Launching Ceremony of “AYUSHMAN BHARAT

Comments are closed.