ଓଡ଼ିଶା ଜୁଡୋ ଇତିହାସ ରଚିଲା

ଭୁବନେଶ୍ୱର : ଗୁଜୁରାଟ ସରକାର ଓ ଭାରତୀୟ ଅଲିମ୍ପିକ ସଂଘର ମିଳିତ ଆନୁକୂଲ୍ୟରେ ଆସନ୍ତା ୨୭ ତାରିଖଠାରୁ ଅକ୍‌ଟୋବର ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ୩୬ତମ ଜାତୀୟ କ୍ରୀଡ଼ା ପାଇଁ ପ୍ରଥମ ଥର ଓଡ଼ିଶା ରାଜ୍ୟ ଜୁଡୋ ସଂଘର ୪ ମହିଳା ଓ ୩ ପୁରୁଷ ମନୋନୀତ ହୋଇଛି । ଏହା ଓଡ଼ିଶା ଜୁଡୋ ଇତିହାସରେ ପ୍ରଥମ ।

ମନୋନୀତ ଜୁଡୋକାମାନେ ହେଲେ ତନିଷ୍କା ମନସ୍ୱିନୀ ସାହୁ (୪୮କେଜି), ଉର୍ମିଳା ସାହୁ (୫୨ କେଜି), ଦୁଲି ମୁର୍ମୁ (୫୭ କେଜି), ପ୍ରଭାସିନୀ ବରଦ (୬୩ କେଜି), ମାସି ହନ୍ତାଳ (୬୦ କେଜି), ରାଜେଶ କୁମାର ସାହୁ (୬୬ କେଜି), ତାରାକାନ୍ତ ପରିଡ଼ା (୧୦୦ କେଜି) । ଏହି ଜୁଡୋକାମାନେ ଚଳିତ ମାସ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଲକ୍ଷ୍ନୌ ଠାରେ ହୋଇଥିବା ଜାତୀୟ ସିନିଅର ଜୁଡୋ ଚାମ୍ପିଅନସିପ୍‌ରେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ଜାତୀୟ କ୍ରୀଡ଼ା ପାଇଁ ନିଜ ନାମ ଲିପିବଦ୍ଧ କରିପାରିଛନ୍ତି । ଏହି ବିରାଟ ସଫଳତା ପାଇଁ ଚାରିଆଡ଼ୁ ପ୍ରଶଂସାରେ ଅଭିନନ୍ଦନ ଆସିବାରେ ଲାଗିଛି ।

ଓଡ଼ିଶା ପାଇଁ ପ୍ରଥମ ଓ ବିରଳ ହୋଇଥିବାରୁ ରାଜ୍ୟ ଜୁଡୋ ସଂଘର ସିଇଓ ଗୀତାଞ୍ଜଳି ପଣ୍ଡା (କୋଚ୍‌ ତଥା ଅନ୍ତର୍ଜାତୀୟ ରେଫରୀ), ସାଧାରଣ ସମ୍ପାଦକ ପିସି ମିଶ୍ର, ଟେକ୍‌ନିକାଲ ସମ୍ପାଦକ କନ୍ଦନ ମୁର୍ମୁ (କୋଚ୍‌ ତଥା ଅନ୍ତର୍ଜାତୀୟ ରେଫରୀ) ଓ ସମସ୍ତ ସଦସ୍ୟ ବୃନ୍ଦ ଜୁଡୋକାମାନଙ୍କୁ ଭୂରିୟଶୀ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.