ନୂଆଦିଲ୍ଲୀ : ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କ ଘରେ ସିବିଆଇ ରେଡ I ଅବକାରୀ ନୀତି ଘଟଣାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ଆଜି ସକାଳ ୭ ଟାରୁ ତଦନ୍ତ ଜାରି ରଖିଛି । ଏହା ସହିତ ୨୧ ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଉଛି I ଏଥି ସହିତ, ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ଏବଂ ଆନୁଷଙ୍ଗିକ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ସିସୋଦିଆ ଙ୍କୁ ଘେରିବା ଜଣ ପଡିଛି । ଏ ସଂକ୍ରାନ୍ତ ରେ ଇଡି ମୁଖ୍ୟାଳୟ ଦ୍ୱାରା ସିବିଆଇକୁ ଏକ ଚିଠି ଲେଖାଯାଇଛି। ସେପଟେ ଏହି ଘଟଣାକୁ ନେଇ ରାଜନୀତିକ ବୟାନବାଜି ଜାରି ରହିଛି। ବିଜେପି-ଆପ ମୁହାଁମୁହିଁ ହୋଛନ୍ତି। ବିଜେପି ଅବକାରୀ ପଲିସିକୁ ନେଇ ଦୁର୍ନୀତି ଅଭିଯୋଗ ଆଣିଥିବା ବେଳେ ଆପ ଜବାବ ଦେଇଛି । ଏ ସଂକ୍ରାନ୍ତରେ ରେ ବିଜେପି କହିଛି ଭ୍ରଷ୍ଟାଚାରୀଙ୍କ ସ୍ଥାନ ଜେଲ ରେ I
ମନୀଷ ଟ୍ୱିଟ୍ କରି ସିବିଆଇ ଟିମ୍ ଘରେ ପହଁଚିଥିବା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସିବିଆଇକୁ ସ୍ୱାଗତ । ସେ ଦୁର୍ନୀତିଖୋର ନୁହେଁ । ‘ଆମେ ଦିଲ୍ଲୀ ପାଇଁ ନିଷ୍ଠାର ସହ କାମ କରୁଛୁ । ଏଠିକାର ଲକ୍ଷଲକ୍ଷ ପିଲାଙ୍କର ଭବିଷ୍ୟତ ଗଢୁଛୁ । ହେଲେ ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି ଆମେ ଦେଶରେ ଯିଏ ଭଲ କାମ କରେ ତାକୁ ଏପରି ହଇରାଣ କରାଯାଏ । ଏଥିପାଇଁ ଆମ ଦେଶ ୧-ନମ୍ବର ହୋଇପାରୁନାହିଁ’ ବୋଲି କହିଛନ୍ତି ମନୀଷ ସିସୋଦିୟା’ । ଏହା ସହ ଯାଞ୍ଚ ବେଳେ ସମ୍ପୂର୍ଣ୍ଣ ସହଯୋଗ କରିବୁ, ଯାହାଦ୍ୱାରା ସତ ସମନାକୁ ଆସିବ ବୋଲି ସେ ଟ୍ଵିଟ୍ କରି କହିଛନ୍ତି । ଏପର୍ଯ୍ୟନ୍ତ ଅନେକ କେସ୍ କରାଯାଇଛି ହେଲେ କିଛି ବାହାରିନି । ଏଥିରେ ମଧ୍ୟ କିଛି ବାହାରିବନି ।
Comments are closed.