ଭୁବନେଶ୍ୱର: ଉତ୍ତର ପୂର୍ବ ଏବଂ ପାଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ସୃଷ୍ଟି ହୋଇଛି । ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଆଗାମୀ ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରାଯାଇଛି ।
ଆଗାମୀ ୬ ଘଣ୍ଟା ମଧ୍ୟରେ ଘନିଭୁତ ହୋଇ ଗଭୀର ଅବପାତ ରେ ପରିଣତ ହେବ ଅବପାତ, ଆଜି ସନ୍ଧ୍ୟା ମଧ୍ୟରେ ପଶ୍ଚିମ ବଙ୍ଗ ଏବଂ ଓଡିଶା ଉପକୂଳକୁ ବାଲେଶ୍ୱର ଏବଂ ସାଗର ଦ୍ଵୀପପୁଞ୍ଜ ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି pic.twitter.com/lfJr7edRiF
— Meteorological Centre, Bhubaneswar (@mcbbsr) August 19, 2022
ଏହାପ୍ରଭାବରେ ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଲାଗି ରହିବ । ସେହି ଜିଲ୍ଲାଗୁଡ଼ିକ ହେଲା: କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ । ସେହିପରି ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଅନ୍ୟପକ୍ଷରେ, ରାଜ୍ୟରେ ୪ଜିଲ୍ଲାରେ ଆକସ୍ମିିକ ବନ୍ୟା ଦେଖାଯାଇଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ପାଇଁ ବିପଦ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ସୂଚନା ଦେଇଛନ୍ତି ।
ଆଜି ସକାଳ ସୁଦ୍ଧା ଅବପାତ ରୂପରେ ଲଘୁଚାପ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ରହିଛି । ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଉପରେ ରହିବ । ଏଥିଯୋଗୁଁ ସମୁଦ୍ର ପ୍ରବଳ ଅଶାନ୍ତ ହୋଇଉଠିଛି । ମତ୍ସ୍ୟଜୀବୀ ଓ ଉପକୂଳ ଅଞ୍ଚଳବାସୀଙ୍କୁ ସତର୍କ କରାଯିବା ସହିତ ସେମାନଙ୍କୁ ସ୍ଥାନାନ୍ତରଣ କରାଯାଇଛି ।

Comments are closed.