ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟର ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ ୩.୩୦ ସମୟରେ ଆକାଶମାର୍ଗରୁ ୫ଜିଲ୍ଲାର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ I ରାଜ୍ୟ ର ମୁଖ୍ୟତଃ ୫ ଟି ଜିଲ୍ଲା, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଅଂଚଳ ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ଫାଇଭ୍‌ ଟି ସଚିବ ଭି. କେ. ପାଣ୍ଡିଆନ୍‌ ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନ କରିବେ ।

ରାଜ୍ୟରେ ଲାଗିରହିଛି ଗୋଟିଏ ପରେ ଗୋଟିଏ ଲଘୁଚାପ I ଏହା ସହିତ ଉପରମୁଣ୍ଡ ଝାରଖଣ୍ଡ ଓ ଛତିଶଗଡ଼ ରେ ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି I ଆଜିଠାରୁ ପୁଣି ରାଜ୍ୟକୁ ଆସୁଛି ଆଉ ଏକ ଲଘୁଚାପ I ତଳିଆ ଅଞ୍ଚଳର ଗାଁ ପ୍ରାୟ ଜଳମଗ୍ନ ଅବସ୍ଥାରେ ରହିଛନ୍ତି I ନଦୀ ଗୁଡିକର ଜଳସ୍ତର କ୍ରମେ ହ୍ରାସ ପାଉଥିଲେ ମଧ୍ୟ ରାଜ୍ୟରେ ଆହୁରି ୪ ରୁ ୫ ଦିନ ପର୍ଯ୍ୟନ୍ତ ବନ୍ୟା ସ୍ଥିତି ଲାଗି ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି I

ରାଜ୍ୟରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଓଡ୍ରାଫ୍‌, ଏନଡିଆରଏଫ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କୁ ସଜାଗ ରଖାଯାଇଛି । ଜଳବନ୍ଦି ଘେରରେ ରହିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖାଯାଇଛି I ଏହା ସହିତ ପ୍ରଭାବିତ ଅଂଚଳ ମାନଙ୍କରେ ରିଲିଫ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି I

Govt

Comments are closed.