ରୋହିଙ୍ଗ୍ୟା ଶରଣାର୍ଥୀ ଙ୍କ ପାଇଁ ଦିଲ୍ଲୀରେ ନାହିଁ ବାସସ୍ଥାନ

ରାଜଧାନୀ ନୂଆଦିଲ୍ଲୀରେ ରୋହିଙ୍ଗ୍ୟା ଶରଣାର୍ଥୀ ଙ୍କ ପାଇଁ ସ୍ଥାନ ନାହିଁ I ଅବୈଧ ଉପାୟରେ ସୀମା ପାର କରି ପଶି ଆସିଥିବା ବିଦେଶୀ ନାଗରିକ ଙ୍କୁ ଦିଲ୍ଲୀରେ ଘର ଯୋଗାଇ ଦିଆଯିବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି I ଏହା ସହିତ ବିଭିନ୍ନ ଗଣ ମାଧ୍ୟମରେ ପୂର୍ବ ପ୍ରକାଶିତ ରିପୋର୍ଟକୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରାଯାଇଛି I ଦିଲ୍ଲୀର ବକ୍କାରୱାଲାରେ ବେଆଇନ ରୋହିଙ୍ଗ୍ୟା ପ୍ରବାସୀମାନଙ୍କୁ EWS ଫ୍ଲାଟ ଯୋଗାଇଦିଆଯିବ ନାହିଁ ବୋଲି ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

ସୂଚନାନୁସାରେ କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀଙ୍କ ଟୁଇଟ୍ ଅନୁଯାୟୀ ବର୍ତ୍ତମାନ ରୋହିଙ୍ଗ୍ୟାଙ୍କୁ ଦେଶର ରାଜଧାନୀ ବକ୍କାରୱାଲାର ଇଡବ୍ଲ୍ୟୁଏସ୍ ଫ୍ଲାଟକୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ଦେଇଥିଲେ I ଏହି ଟୁଇଟ ପରେ ଆପ ନେତା ସୌରଭ ଭରଦ୍ୱାଜ ଟ୍ୱିଟ କରି ବିଜେପିକୁ ଘେରି ଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ଯେଉଁ ଲୋକମାନେ ରୋହିଙ୍ଗ୍ୟାଙ୍କୁ ଭାରତ ଭିତରକୁ ଆଣିଥିଲେ, ସେମାନେ ବିଜେପି ର ବସ୍ତିବାସିନ୍ଦା, ବିଜେପି ସେମାନଙ୍କର ପିଠି ଥାପୁଡ଼ୁଚି ‘। କେନ୍ଦ୍ରମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀଙ୍କ ଟ୍ୱିଟ କୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ନିଜର ଅସନ୍ତୋଷ ବ୍ୟକ୍ତ କରିଛି I
ଅନ୍ୟପଟେ ଗୃହ ମନ୍ତ୍ରଣାଳୟ ଏହାର ଦ୍ୱିତୀୟ ଟ୍ୱିଟରେ କହିଛି ଯେ ରୋହିଙ୍ଗ୍ୟାମାନଙ୍କୁ ଏକ ନୂତନ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦିଲ୍ଲୀ ସରକାର ପ୍ରସ୍ତାବ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ଅବୈଧ ରୋହିଙ୍ଗ୍ୟା ଶରଣାର୍ଥୀ ମାନେ ବର୍ତ୍ତମାନ ସ୍ଥିତିରେ ଯେଉଁଠାରେ ଅବସ୍ଥାନ କରୁଛନ୍ତି ସେହିଠାରେ ରହିବେ I ଶରଣାର୍ଥୀ ମାନଙ୍କୁ ବୈଦେଶିକ ଆଇନ ଅନୁଯାୟୀ ସ୍ଥାନାନ୍ତର କରାଯିବା ପର୍ଯ୍ୟନ୍ତ ଡିଟେନସନ କେନ୍ଦ୍ରରେ ରଖାଯିବ। ଦିଲ୍ଲୀ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ରୋହିଙ୍ଗ୍ୟା ଶରଣାର୍ଥୀ ମାନେ ରହୁଥିବା ସ୍ଥାନକୁ ଡିଟେନସନ କେନ୍ଦ୍ର ଭାବରେ ଘୋଷଣା କରି ନାହାଁନ୍ତି। ତାଙ୍କୁ ତୁରନ୍ତ ଏପରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Govt

Comments are closed.