ପନ୍ତ ନା କାର୍ତ୍ତିକ

ଦିଲ୍ଲୀ: କିଛି ମାସ ହେବ ଭାରତୀୟ ଦଳକୁ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି ଭେଟେରାନ ୱିକେଟ୍‌କିପର ଦିନେଶ କାର୍ତ୍ତିକ । ଗତ ଆଇପିଏଲ୍‌ରେ କାର୍ତ୍ତିକ ଧମାକାଦାର ବ୍ୟାଟିଂ କରି ଶ୍ରେଷ୍ଠ ଫିନିସର ହେବାର ଗୌରବ ଅର୍ଜନ କରିଥିଲେ । ଏଦୃଷ୍ଟିରୁ କାର୍ତ୍ତିକ ଜାତୀୟ ଟି-୨୦ ଦଳକୁ ଫେରିଛନ୍ତି । ବିଗତ ଶୃଙ୍ଖଳା ଗୁଡିକରେ କାର୍ତ୍ତିକ ଇନିଂସର ଶେଷ ଭାଗରେ ଭଲ ପ୍ରଦର୍ଶନ ଦେଖାଇ ଚୟନକର୍ତ୍ତାଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି । ଏସବୁ ସତ୍ତେ୍ୱ ନବାଗତ ରିଷଭ ପନ୍ତ ଓ ଦୀନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ ଏକାଦଶରେ ଚୟନ କରିବା ପାଇଁ ପୂର୍ବତନ ଭାରତୀୟ ୱିକେଟ୍‌କିପର ସବା କରିମ୍‌ କହିଛନ୍ତି ।

ଚଳିତ ମାସ ୨୭ରୁ ୟୁଏଇରେ ଏସିଆ କପ୍‌ ଆୟୋଜନ ହେବାକୁଯାଉଛି । ଅକେଫାବର-ନଭେମ୍ବରରେ ଆଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଚୂଡାନ୍ତ ଏକାଦଶ ଚୟନ କରିବା ପାଇଁ ଏସିଆ କପ୍‌କୁ ମାନଦଣ୍ଡ ଭାବେ ନିଆଯିବ । ଗତ ଜୁନ୍‌ରେ କାର୍ତ୍ତିକ ଦଳକୁ ଫେରିଛନ୍ତି । ସେ ରାଜକୋଟ୍‌ରେ ଦ.ଆଫ୍ରିକା ବିପକ୍ଷ ମ୍ୟାଚରେ ୨୭ ବଲରୁ ୫୫ ରନ୍‌ର ଇନିଂସ ଖେଳିଥିଲେ । ପୁଣି ତ୍ରିନିଦାଦରେ ଇଣ୍ଡିଜ୍‌ ବିପକ୍ଷରେ ୧୯ ବଲ୍‌ରୁ ବିସ୍ପୋରକ ୪୧ ରନ୍‌ କରିଥିଲେ । ତେଣୁ ବର୍ତ୍ତମାନ ସମୟରେ କାର୍ତ୍ତିକ ଦଳର ଶ୍ରେଷ୍ଠ ଫିନିସର ଭାବେ ଉଭା ହୋଇଛନ୍ତି ।

 ପନ୍ତ ନା କାର୍ତ୍ତିକ

ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ପନ୍ତଙ୍କ ପ୍ରଦର୍ଶନ ଟି-୨୦ରେ ଏତେଟା ଭଲ ନାହିଁ । ସେ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଦୁଇଥର ପାଳି ଆରମ୍ଭ କରିଛନ୍ତି । ଜୁନ୍‌ରୁ ଅଦ୍ୟାବଧି ପନ୍ତ ଦ.ଆଫ୍ରିକା, ଇଂଲଣ୍ଡ ଓ େୱଷ୍ଟଇଣ୍ଡିଜ୍‌ ବିପକ୍ଷରେ ଶୃଙ୍ଖଳା ଖେଳିଛନ୍ତି । ଇଣ୍ଡିଜ୍‌ ବିପକ୍ଷରେ ୪ଟି ମ୍ୟାଚରୁ ମାତ୍ର ୪୪ ରନ୍‌ କରିଥିଲେ ପନ୍ତ ।

 ପନ୍ତ ନା କାର୍ତ୍ତିକ

ସବା କରିମଙ୍କ କହିବା ଅନୁଯାୟୀ ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଏକ ଉଚିତ ସ;ୁଳନ ରହିବା ଦରକାର । ଦଳରେ ୫ ଜଣ ବୋଲର ତଥା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଶାଇ ୬ ଜଣ ବୋଲର ରହିଲେ ଟିମ୍‌ ଇଣ୍ଡିଆର ପ୍ରଭାବ ଅଧିକ ରହିବ । ଏଦୃଷ୍ଟିରୁ ନଂ.୭ ସ୍ଥାନରେ ଦିନେଶ କାର୍ତ୍ତିକ ଉପଯୋଗୀ ସାବ୍ୟସ୍ତ ହେବ । ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପଞ୍ଚମ ବୋଲର ଭୂମିକା ନିର୍ବାହ କରିବା ଉଚିତ । ସେ ସମ୍ପୂର୍ଣ୍ଣ କୋଟା ୪ ଓଭର ପକାଇ ପାରିବେ । ତେଣୁଏବେ ସମସ୍ୟା ଭାରତୀୟ ଟିମ୍‌ ମ୍ୟାନେଜରମେଣ୍ଟର । ରୋହିତ ଶର୍ମାଙ୍କ ନେତୃତ୍ୱକୁ ଅନୁଧ୍ୟାନ କଲେ ସେ ସର୍ବଦା ୫ ଜଣ ନିୟମିତ ବୋଲରଙ୍କୁ ଦଳରେ ନେଉଛନ୍ତି ।

 ପନ୍ତ ନା କାର୍ତ୍ତିକ

ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପାଇଁ ଷଷ୍ଠ ବୋଲିଂ ବିକଳ୍ପ । ଏଦୃଷ୍ଟିରୁ ପନ୍ତ ଓ ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ ଏକାଦଶ ପାଇଁ ଚୟନ କରିବାକୁ ହେବ ବୋଲି ସବା କରିମ କହିଛନ୍ତି । ତାଙ୍କ ମତରେ ଟିମ୍‌ ଇଣ୍ଡିଆର ୪, ୫ ଓ ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ପାଇଁ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତ ଉପଯୁକ୍ତ । ଲୋକେଶ ରାହୁଲ ଓ ରୋହିତ ଶର୍ମା ପାଳି ଆରମ୍ଭ କରିପାରିବେ । ନଂ.୩ ସ୍ଥାନରେ ବିରାଟ କୋହଲି ମଙ୍ଗ ଧରିବେ । ତେବେ ଯାଏ ଦଳର ସ;ୁଳନ ଭଲ ରହିବ ବୋଲି କରିମ କହିଛନ୍ତି ।

 ପନ୍ତ ନା କାର୍ତ୍ତିକ

ଗତ ଜୁନ୍‌ରେ ଭାରତ ଓ ଦ.ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଘରୋଇ ଶୃଙ୍ଖଳା ଖେଳାଯାଇଥିଲା । ଏଥିରେ ଲୋକେଶ ରାହୁଲ ଅଧିନାୟକ ଦାୟିତ୍ୱ ତୁଳାଇଥିଲେ । ଆହତ ହେବାରୁ ରାହୁଲ ଏହି ଶୃଙ୍ଖଳାରୁ ବାଦ ପଡ଼ିଥିଲେ । ଜର୍ମାନୀର ତାଙ୍କର ହାର୍ଣ୍ଣିଆ ଅପରେସନ୍‌ କରାଯାଇଥିଲା । ତେଣୁ ସେ ଇଂଲଣ୍ଡଗସ୍ତରୁ ମଧ୍ୟ ବାଦ ପଡ଼ିଥିଲେ । େୱଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଲୋକେଶ ରାହୁଲ ଦଳକୁ ଫେରିଥିଲେ । କି;ୁ କରୋନା ପଜେଟିଭ ହେବାରୁ ଶୃଙ୍ଖଳା ଖେଳିପାରିନଥିଲେ । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଜିମ୍ବାେୱ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଲୋକେଶ ରାହୁଲଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିବା ସହ ଅଧିନାୟକ ଦାୟିତ୍ୱ ମିଳିଛି । ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ କମ୍‌ ଦିନ ବାକି ରହିଲା । ତେଣୁ ରାହୁଲ ଏବେ ପୂର୍ଣ୍ଣ ଆକ୍ସନରେ ପଡ଼ିଆକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏସିଆ କପ୍‌ରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ଲୋକେଶ ରାହୁଲ ଉପଅଧିନାୟକ ଦାୟିତ୍ୱ ତୁଳାଇବେ ।

Comments are closed.