ଭାରତରେ ଏବେ ଆର୍ଥିକ ମାନ୍ଦାବସ୍ତାରୁ ନିସ୍ତାର ନାହିଁ : ମୁଡିସ୍‍

ସମୟ ଲାଇଭ,୯/୧୧:ଭାରତରେ ଏବେ ଲାଗି ରହିବ ମାନ୍ଦାବସ୍ତା ଏଭଳି ଏକ ରିପୋର୍ଟ ଦେଇଛି ରେଟିଂ ଏଜେନ୍ସି ମୁଡିସ୍‍। ମୋଦି ସରକାରଙ୍କ ସମୟରେ ଆର୍ଥିକ ମାନ୍ଦାବସ୍ତା ସବୁଠାରୁ ବଡ ମୁଣ୍ଡବ୍ୟଥାର କାରଣ ବୋଲି ଜଣାପଡିଛି। ଚଳିତ ଆର୍ଥିକବର୍ଷ ଦେଶର ବଜେଟ୍‌ ନିଅଣ୍ଟ ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୩.୭%କୁ ବଢ଼ିଯିବ ବୋଲି ମୁଡିସ୍‌ ଆକଳନ କରିଛି।ଚଳିତ ଆର୍ଥିକବର୍ଷ ଦେଶର ବଜେଟ୍‌ ନିଅଣ୍ଟ ଜିଡିପିର ୩.୩% ରହିବ ବୋଲି କହିଥିଲେ ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ। ଭାରତରେ ଏବେ ଦୀର୍ଘଦିନ ଧରି ମାନ୍ଦାପସ୍ତା ଲାଗିରହିବ ବୋଲି ମୁଡିସ୍‌ ସୋଭରେନ୍‌ ରିସ୍କ ଗ୍ରପ୍‍ ର ଉପ-ସଭାପତି ୱିଲିୟମ୍‌ ଫୋଷ୍ଟର ଏକ ବିବୃତିରେ ପ୍ରକାଶ କରିଛନ୍ତି। ଏପଟେ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ବହୁ ପଦକ୍ଷେପ ନିଆଯାଉଛି ବୋଲି ଅର୍ଥମନ୍ତ୍ରଣାଳୟ ତରଫରୁ ଜଣାପଡିଛି।

Launching Ceremony of “AYUSHMAN BHARAT

Comments are closed.