୨୦୨୩ ପୁରୁଷ ବିଶ୍ୱକପ ହକି ଭୁବନେଶ୍ୱରରେ ହେବ !

ସମୟ ଲାଇଭ,୯/୧୧: ୨୦୧୮ ବିଶ୍ୱକପ ହକିର ସଫଳ ଆୟୋଜନ ପରେ ପୁଣିଥରେ ୨୦୨୩ ମସିହାରେ ହେବାକୁ ଥିବା ପୁରୁଷ ବିଶ୍ୱକପ ହକି ଭାରତର ସ୍ପୋର୍ଟ୍ସ କ୍ୟାପିଟାଲ ଭୁବନେଶ୍ୱରରେ ହେବ ବୋଲି ସମ୍ଭାବନା କରାଯାଉଛି। ଏଥିନେଇ ହକି ଇଣ୍ଡିଆକୁ ଆୟୋଜନର ଅଧିକାର ମିଳିଛି ଫଳରେ ୨୦୨୩ ହକି ପୁରୁଷ ବିଶ୍ବକପ ଜାନୁୟାରୀ ୧୩ରୁ ୨୯ ପର୍ୟ୍ୟନ୍ତ ଭାରତରେ ଖେଳାଯିବ ବୋଲି ସ୍ପଷ୍ଟ ହୋଇଯାଇଛି ।  ୨୦୧୮ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ୟ୍ୟନ୍ତ ଆୟୋଜିତ ଚର୍ତୁଦଶ ପୁରୁଷ ହକି ବିଶ୍ବକପ ଆୟୋଜନର ମାନ୍ୟତା ଓଡିଶା ପାଇଥିଲା। ଓଡିଶା ସରକାର ଓ ହକି ଇଣ୍ଡିଆର ଏଭଳି ସଫଳତାରେ ଉତ୍ସାହିତ ହୋଇ ହକି ଇଣ୍ଡିଆା ୨୦୨୩ର ପଞ୍ଚଦଶ  ପୁରୁଷ ହକି ବିଶ୍ବକପ ଆୟୋଜନ ନେଇ ବିଡ୍‌ ଦାଖଲ କରିଥିଲା। ମ୍ୟାଚ୍‌ ଆୟୋଜନ ନେଇ ହକି ଇଣ୍ଡିଆ ପକ୍ଷରୁ ଭୁବନେଶ୍ବର ସମେତ ମୋଟ ୫ଟି ଭେନ୍ୟୁକୁ ସ୍ଥାନିତ କରାଯାଇଥିଲା। ସ୍ବିଜରଲାଣ୍ଡରେ ଆୟୋଜିତ ଏଫ୍‌ଆଇଏଚ୍‌ କାର୍ୟ୍ୟନିର୍ବାହୀ ବୋର୍ଡ ବୈଠକରେ ଭାରତକୁ ଆୟୋଜନର ଅଧିକାର ମିଳିଛି।

Launching Ceremony of “AYUSHMAN BHARAT

Comments are closed.