ମୁମ୍ବାଇ: ଗତ କିଛି ଦିନ ହେବ ସାଉଥ୍ ଇଣ୍ଡଷ୍ଟ୍ରି ସହିତ ବଲିଉଡ୍ର ତୁଳନା ଜାରି ରହିଛି । ଅନେକ ସ୍ଥାନରେ ଏହି ବିଷୟରେ ଚର୍ଚ୍ଚା ଚାଲିଛି, ଯେଉଁଥିରେ ଦର୍ଶକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ସମସ୍ତେ ଭାଗ ନେଉଛନ୍ତି । ତେବେ ଏହି ଡିବେଟ୍ରେ ନିଜ ମତ ରଖିଛନ୍ତି ଆଲିଆ ଭଟ୍ଟ । ଅଭିନେତ୍ରୀ ନିଜ ମତ ରଖି କହିଛନ୍ତି କି, ବର୍ତ୍ତମାନ କେବଳ ବଲିଉଡ ନୁହେଁ ସାଉଥ ଇଣ୍ଡଷ୍ଟ୍ରିରେ ମଧ୍ୟ ସବୁ ସିନେମା ବର୍ତ୍ତମାନ ହିଟ୍ ହେଉ ନାହିଁ ।
ସେଠି ମଧ୍ୟ ଫ୍ଲପ ସିନେମା ଦେଖିବାକୁ ମିଳୁଛି । ତେବେ କିଛି ସାଉଥ ସିନେମା ଭଲ ପ୍ରଦର୍ଶନ କରିଛି । ସେହିଭଳି ବଲିଉଡରେ ମଧ୍ୟ ଭଲ ସିନେମା ଦେଖିବାକୁ ମିଳିଛି, ଯିଏ ଭଲ ଆୟ ମଧ୍ୟ କରିଛି । ଏହାପରେ ସେ ନିଜ ସିନେମା ଗଙ୍ଗୁବାଇ କାଠିୟାବାଡିକୁ ଉଦାହରଣ ଭାବେ ନେଇଛନ୍ତି । ତାଙ୍କ ସିନେମା ବହୁତ ଭଲ ବ୍ୟବସାୟ କରିଥିବା ଆଲିୟା ପ୍ରକାଶ କରିଛନ୍ତି । ସେହିଭଳି ଆଲିଆ କହିଛନ୍ତି କି ବର୍ତ୍ତମାନ ସିନେମା ଇଣ୍ଡଷ୍ଟ୍ରିର ଖରାପ ସମୟ ଚାଲିଛି ।
କୋଭିଡ କାରଣରୁ ଇଣ୍ଡଷ୍ଟ୍ରିକୁ ଅନେକ କ୍ଷତି ସହିବାକୁ ପଡିଛି । ବର୍ତ୍ତମାନ ଧୀରେଧୀରେ ଇଣ୍ଡଷ୍ଟ୍ରି ନିଜ ଅଣ୍ଟା ସଳଖୁଛି । ତେଣୁ ଆଗକୁ ବଲିଉଡ୍ରେ ମଧ୍ୟ ଭଲ ସିନେମା ଦେଖିବାକୁ ମିଳିବ ବୋଲି ସେ ଆଶା କରିଛନ୍ତି । ବର୍ତ୍ତମାନ ଆମକୁ ଥିଏଟର ଓଟିଟି ଭିତରେ ଚୟନ କରିବାକୁ ପଡୁଛି, ହେଲେ ଏହାର ଅର୍ଥନୁହେଁ କି ହିନ୍ଦୀ ସିନେମାର ଭବିଷ୍ୟତ ଅନ୍ଧାରରେ ବୋଲି ଆଲିଆ ମତ ରଖିଛନ୍ତି ।
Comments are closed.