ରଣବୀରଙ୍କ ନୁ୍ୟଡ୍‌ ଫଟୋସୁଟ୍‌ ନେଇ ସତ ହେଲା ଶାହରୁଖଙ୍କ ଭବିଷ୍ୟବାଣୀ

ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ରଣବୀର ସିଂହ ଏବେ ଚର୍ଚ୍ଚାରେ । ଯେବେଠାରୁ ସେ ସୋସିଆଲ୍‌ ମିଡିଆରେ ନିଜ ନ୍ୟୁଡ୍‌ ଫଟୋ ସେୟାର କଲେଣି ସେବେଠାରୁ ହିଁ ହଙ୍ଗାମା ଆରମ୍ଭ ହୋଇଯାଇଛି । କେହିଁ ତାଙ୍କର ଏପରି ଫଟୋଶୁଟ୍‌କୁ ନେଇ ତାଙ୍କୁ ସମାଲୋଚନା କରୁଥିବା ବେଳେ ଆଉ କେହି କେହି ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି । ମହିଳାଙ୍କ ଭାବନାକୁ ଆଘାତ ପହଞ୍ଚାଇଛନ୍ତି ଅଭିଯୋଗରେ ତାଙ୍କ ବିରୁଦ୍ଧରେ କେସ୍‌ ମଧ୍ୟ ରୁଜୁ ହୋଇଛି ।
ରଣବୀରଙ୍କ ନୁ୍ୟଡ୍‌ ଫଟୋସୁଟ୍‌ ନେଇ ସତ ହେଲା ଶାହରୁଖଙ୍କ ଭବିଷ୍ୟବାଣୀ

କୁହାଯାଉଛି ଯେଉଁସବୁ ଧାରାରେ ତାଙ୍କ ବିରୁଦ୍ଧରେ କେସ୍‌ ରୁଜୁ ହୋଇଛି ତାହା ଜରିଆରେ ତାଙ୍କୁ ୭ ବର୍ଷ ଜେଲ୍‌ ହୋଇପାରେ । ତେବେ ଏହି ଘଟଣାରେ ଏବେ ଶାହରୁଖ ଖାନ୍‌ଙ୍କ ଭବିଷ୍ୟବାଣୀକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି । ରଣବୀର ଦିନେ ଆରେଷ୍ଟ ହେବେ ବୋଲି କୁଆଡେ ଶାହରୁଖ କିଛି ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ । ଶାହରୁଖ କୁଆଡେ ଏହା ବି କହିଥିଲେ ଯେ, ଡ୍ରେସ୍‌ ପିନ୍ଧିବା କିମ୍ବା ନ ପନ୍ଧିବା କାରଣରୁ ରଣବୀର ଆରେଷ୍ଟ ହୋଇପାରନ୍ତି ।

ରଣବୀରଙ୍କ ନୁ୍ୟଡ୍‌ ଫଟୋସୁଟ୍‌ ନେଇ ସତ ହେଲା ଶାହରୁଖଙ୍କ ଭବିଷ୍ୟବାଣୀ

ଆପଣ ଜାଣନ୍ତି ପ୍ରସିଦ୍ଧ ଫିଲ୍ମ ନିର୍ମାତା କରଣ ଜୋହର ଏକ ଚାଟ୍‌ ଶୋ କଫି ଉଇଥ୍‌ କରଣର ହୋଷ୍ଟ ରହିଛନ୍ତି । ଏହି ଶୋ ବହୁ ବର୍ଷ ଧରି ଚାଲୁଛି ଓ ଶୋକୁ ବହୁ ପ୍ରସିଦ୍ଧ ସେଲିବ୍ରିଟି ଆସିଥାନ୍ତି । ଶୋରେ ସେମାନଙ୍କ ପର୍ସନାଲ୍‌ ଲାଇଫ୍‌, ରିଲେସନସିପ୍‌, ସେକ୍ସ ଲାଇଫ୍‌, ବ୍ରେକଅପ୍‌ ସବୁ ବିଷୟରେ ଚର୍ଚ୍ଚା ହୋଇଥାଏ । ଶାହରୁଖ ଖାନ୍‌ ମଧ୍ୟ ଏହି ଶୋରେ ଭାଗ ନେଇ ସାରିଛନ୍ତି । ୨୦୧୬ରେ ସେ ଯେତେବେଳେ ଏହି ଶୋର ୫ମ ଅଧ୍ୟାୟ ଚାଲିଥିଲା ସେତେବେଳେ ଶାହରୁଖ ଯୋଗ ଦେଇ ଯାହା ଭବିଷ୍ୟବାଣୀ କରିଥିଲେ ତାହା ଆଜି ସତ ହେବାକୁ ଯାଉଛି ।

ରଣବୀରଙ୍କ ନୁ୍ୟଡ୍‌ ଫଟୋସୁଟ୍‌ ନେଇ ସତ ହେଲା ଶାହରୁଖଙ୍କ ଭବିଷ୍ୟବାଣୀ

ଏହି ସମୟରେ ସେ କହିଥିଲେ ଏକଦା ରଣବୀର ସିଂହ ଡ୍ରେସ୍‌ ନ ପିନ୍ଧିବା କାରଣରୁ ଜେଲ୍‌ ଯାଇ ପାରନ୍ତି । ରଣବୀର ପ୍ରାୟ ସମୟ ନିଜ ଡ୍ରେସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ବହୁ ସମୟରେ ସେ ଏପରି ଡ୍ରେସ୍‌ ପିନ୍ଧିଥାନ୍ତି ଯାହା ଦେଖି ଫ୍ୟାନ୍ସ ଚକିତ ହୋଇଯାନ୍ତି । ସେ ନିଜ ଡ୍ରେସଅପ୍‌ ପାଇଁ ବାରମ୍ବାର ଟ୍ରୋଲର ଶିକାର ମଧ୍ୟ ହୋଇଥାନ୍ତି ।

Govt

Comments are closed.