ମୁମ୍ବାଇ: ଜୁଲାଇ ୧୮: ନିକଟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କର ୩୯ ତମ ଜନ୍ମଦିନ ପାଳନ କରିଛନ୍ତି । କ୍ୟାଟ୍ରିନାଙ୍କ ଜନ୍ମଦିନରେ ସେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ମାଲଦ୍ୱୀପରେ ଛୁଟି କାଟୁଥିବାର ଦେଖିବାକୁ ମିଳିଥିଲା । ଏକ ଫଟୋରେ କ୍ୟାଟ୍ରିନା ତାଙ୍କ ସ୍ୱାମୀ ବିକି, ସନ୍ନି କୌଶଲ, ମିନି ମଥୁର, ଭାଇ ସେବାଷ୍ଟିଆନ, ଆନନ୍ଦ ତିୱାରୀ ଏବଂ ଅଭିନେତ୍ରୀ ଇଲିଆନା ଡିକ୍ରୁଜଙ୍କ ସହ ନଜର ଆସିଥିଲେ । ହେଲେ ବର୍ତ୍ତମାନ ଏହି ଫଟୋରୁ ନୂଆ ଖବର ଶୁଣିବାକୁ ମିଳୁଛି । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ନିକଟରେ କ୍ୟାଟ୍ରିନାଙ୍କ ଭାଇ ସେବାଷ୍ଟିଆନ୍ ଏବଂ ଇଲିଆନାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି କି ଗତ ୬ ମାସ ହେବ ଉଭୟ ପରସ୍ପର ସହ ସମ୍ପର୍କରେ ଅଛନ୍ତି । କହିବାକୁ ଗଲେ କ୍ୟାଟ୍ରିନାଙ୍କ ଭାଇ ସେବାଷ୍ଟିଆନ୍ ବ୍ରିଟେନର ଜଣେ ମଡେଲ । ବାନ୍ଦ୍ରା ସ୍ଥିତ କ୍ୟାଟ୍ରିନାଙ୍କ ପୁରୁଣା ଘରେ ଏକାଠି ସମୟ ବିତାଉଛନ୍ତି ଏ ଦୁହେଁ । ଏହି ସବୁ ଖବର ସାମ୍ନାକୁ ଆସିବା ପରେ, ନା ନା କଳ୍ପନା କରାଯାଉଛି । ପୂର୍ବରୁ ଇଲିଆନା ଫଟୋଗ୍ରାଫର ଆଣ୍ଡ୍ରିୟୁଙ୍କୁ ଡେଟ କରୁଥିଲେ । ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ବି ମିଳିଥିଲା । ଉଭୟ ମଧ୍ୟ ପରସ୍ପରକୁ ନେଇ ଅତ୍ୟନ୍ତ ଗମ୍ଭୀର ଥିଲେ, କି;ୁ ଉଭୟଙ୍କ ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ପାରି ନଥିଲା । ବ୍ରେକଅପ୍ ପରେ ଇଲିଆନା ବହୁତ ଭାଙ୍ଗି ଯାଇଥିଲେ । କିନ୍ତୁ ଏବେ ସେ ପୁଣି ନିଜ ଜୀବନରେ ପୁରୁଣା କଥାକୁ ଭୁଲି ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିବା କୁହାଯାଉଛି ।

Comments are closed.