ବିଭିନ୍ନ ପ୍ରକାରରର ବିଶ୍ୱ ରେର୍କଡ ରହିଛି । ସେଥିରେ କିଛି ଅଜବ ରେକର୍ଡ ମଧ୍ୟ ରହିଥାଏ ଯାହାକୁ ବିଶ୍ୱାସ କରିବା ସହଜ ହୋଇନଥାଏ । ସେହିଭଳି ଏକ ଗିନିଜ୍ ରେକର୍ଡ କରିଛନ୍ତି ଜେମି କିଟୋନ୍ । ସେ ନିଜ ଦେହରେ ୧୦ଟି କ୍ୟାନ୍କୁ ପାଞ୍ଚ ସେକେଣ୍ଡ ପର୍ଯ୍ୟନ୍ତ ବାଲାନ୍ସ କରିବାରେ ସଫଳ ହୋଇପାରିଛନ୍ତି ।

ଏ ନେଇ ଗିନିଜ୍ ରେକର୍ଡ ପକ୍ଷରୁ ଔପଚାରିକ ଭାବେ ଘୋଷଣା କରାଯାଇଛି । ପୂର୍ବରୁ ଏହି ରେକର୍ଡ ୨୦୧୯ରେ ଜାପାନର ଜଣେ ବ୍ୟକ୍ତିଙ୍କ ନାଁରେ ରହିଥିଲା । ସେ ୯ଟି କ୍ୟାନକୁ ବାଲାନ୍ସ କରିବାରେ ସକ୍ଷମ ହୋଇଥିଲେ, ଯାହାକୁ କିଟୋନ ଭାଙ୍ଗିବାରେ ସଫଳ ହୋଇଛନ୍ତି ।

କିଟୋନଙ୍କର ଏକ ଶରୀରର ଚର୍ମରେ କିଛି ବିରଳ ସମସ୍ୟା ରହିଛି, ଯାହା ତାଙ୍କୁ ଏଭଳି କରିବାରେ ସାହାଯ୍ୟ କରୁଛି । ତାଙ୍କୁ ଯେତେବେଳେ ଏ ସମସ୍ୟା ବିଷୟରେ ଜଣା ପଡିଥିଲା ସେ ଏହାକୁ ସକରାତ୍ମକ ଢଙ୍ଗରେ ବ୍ୟବହାର କରିବାକୁ ଚିନ୍ତା କରିଥିଲେ ।

ଏହାପରେ ସେ ଗିନିଜ୍ ରେକର୍ଡ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ କିଟୋନ ନିଜର ଏହି ବିରଳ ରେକର୍ଡ ପାଇଁ ଭାଇରାଲ ହେବାରେ ଲାଗିଛନ୍ତି ।

Comments are closed.