କାହିଁକି ବୋଲ୍‌ ବମ୍‌ ଜପ କରାଯାଏ ?

ବମ୍‌ ଶବ୍ଦ ହେଉଛି ବ୍ରହ୍ମା, ବିଷ୍ଣୁ, ମହେଶ ଏହି ତ୍ରିଦେବଙ୍କ ସଂକ୍ଷିପ୍ତ ନାମ । ଯାତ୍ରା ସମୟରେ ବମ୍‌ ବମ୍‌ ଭୋଲେ କିମ୍ବା ବୋଲ୍‌ ବମ୍‌ ଜପ କରିବା ଦ୍ୱାରା ଏହା ଭକ୍ତଙ୍କ ମଧ୍ୟରେ ସାହାସ ଓ ଶକ୍ତି ସଂଚାର କରିଥାଏ । ସ୍କନ୍ଦ ପୁରାଣ ଅନୁଯାୟୀ ଯେଉଁମାନେ ବମ୍‌ ବମ୍‌ ଭୋଲେ ଜପ କରି ଏହି ପବିତ୍ର ଯାତ୍ରା ସଂପନ୍ନ କରିଥାନ୍ତି ସେମାନଙ୍କୁ ଅଶ୍ୱମେଧ ଯଜ୍ଞର ପୁଣ୍ୟ ପ୍ରାପ୍ତି ହୋଇଥାଏ । ବୈଜ୍ଞାନିକ ଦୃଷ୍ଟିରୁ (ମ) ରେ ଶେଷ ହେଉଥିବାି ନାମ ଜପ ମନକୁ ଶାନ୍ତି ଦେଇଥାଏ ।
 କାହିଁକି ବୋଲ୍‌ ବମ୍‌ ଜପ କରାଯାଏ ?

ବୋଲବମ୍‌ ଯାତ୍ରା ଶ୍ରାବଣ ମାସ ପ୍ରତିପଦା ତିଥିରେ ଆରମ୍ଭ ହୋଇଥାଏ । ଏହି ଯାତ୍ରା ପ୍ରଥମେ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଭାଦ୍ରବ ମାସରେ ଆୟୋଜନ କରାଯାଉଥିଲା କି;ୁ ୧୯୬୦ ପର ଠାରୁ ଏହା ଶ୍ରାବଣ ମାସରେ ଆରମ୍ଭ ହୋଇ ଆସୁଛି । ତଥ୍ୟ ଅନୁସାରେ ପ୍ରତିବର୍ଷ ପ୍ରାୟ ୨ କୋଟି ଶ୍ରଦ୍ଧାଳୁ ଏହି ପବିତ୍ର ଯାତ୍ରାରେ ସାମିଲ ହୋଇଥାନ୍ତି । ୧୯୮୦ ପର୍ଯ୍ୟନ୍ତ ଏହି ଯାତ୍ରା ମାତ୍ର କିଛି ସାଧୁ ସନ୍ୟାସୀ ଓ ଭକ୍ତ ଅଂଶ ଗ୍ରହଣ କରୁଥିଲେ ।

 କାହିଁକି ବୋଲ୍‌ ବମ୍‌ ଜପ କରାଯାଏ ?

ଏହାପରେ ଧୀରେ ଧୀରେ ଏହି ଯାତ୍ରାର ଲୋକପ୍ରିୟତା ବଢିବାରେ ଲାଗିଲା । ଏହି ଯାତ୍ରାରେ ହରିଦ୍ୱାରରେ ସବୁଠୁ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ପଞ୍ଜାବ, ବିହାର, ଛତିଶଗଡ, ଓଡିଶା, ମଧ୍ୟପ୍ରଦେଶରୁ ଶିବଭକ୍ତ ମାନେ ଏଠି ଏକତ୍ରୀତ ହୋଇଥାନ୍ତି । ଯାତ୍ରା ସମୟରେ ଭକ୍ତମାନେ ବୋଲ୍‌ ବମ୍‌ ଡାକ ଦେବା ସହ ଭଜନ ଗାଇଥାନ୍ତି ।ଗତ ଦୁଇ ଦଶନ୍ଧି ଧରି ଏହି ଯାତ୍ରାର ଲୋକପ୍ରିୟତା ବେଶ୍‌ ଅଧିକ ବୃଦ୍ଧି ପାଇଛି । ସମାଜର ସବୁ ସ୍ତରର ଲୋକମାନେ ଏହି ଯାତ୍ରାରେ ଅଂଶଗ୍ରହଣ କରୁଛନ୍ତି । ବୋଲବମ୍‌ ଯାତ୍ରାରେ ପୁରୁଷଙ୍କ ପରି ମହିଳାମାନେ ମଧ୍ୟ ବହୁ ସଂଖ୍ୟାରେ ଭାଗ ନେଇ ପ୍ରଭୁ ଭୋଳାଶଙ୍କରଙ୍କ ଆଶୀଷ ଭିକ୍ଷା କରୁଛନ୍ତି ।

 କାହିଁକି ବୋଲ୍‌ ବମ୍‌ ଜପ କରାଯାଏ ?

ଏହି ମାସରେ ଉତ୍ତର ଭାରତରେ ଶ୍ରବଣ ମେଳା ଆୟୋଜିତ ହୋଇଥାଏ । ଏହି ପବିତ୍ର ଯାତ୍ରାରେ କାଉଡିଆ ମାନେ ସମୂହ ଯାତ୍ରା କରିଥାନ୍ତି । ଏହି ଯାତ୍ରା କାଉଡିଆ ଭାଇମାନଙ୍କ ପାଇଁ ଯେତିକି ଶୁଭ ଯାତ୍ରା ପଥରେ ସେମାନଙ୍କ ସେବା କରିବା ମଧ୍ୟ ସେତିକି ଶୁଭ ମନେ କରାଯାଏ । ଏଣୁ ବହୁ ସେ୍ୱଚ୍ଛାସେବୀ ସଂସ୍ଥା କାଉଡିଆ ଭାଇମାନଙ୍କ ସେବା ଲାଗି ସଡକ ପଥରେ ଠାଏ ଠାଏ ଭୋଜନ, ପାଣି, ଚା’ ପାନର ବ୍ୟବସ୍ଥା କରିଥାନ୍ତି ।

Comments are closed.