ରେଢ଼ାଖୋଲ ପୋଲିସ୍‌ର ବଡ଼ ସଫଳତା:ଲୁଟ ୯୩୧ କାଟୁନ୍‌ ବିଦେଶୀ ମଦ ଉଦ୍ଧାର, ୩ ଗିରଫ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ମୋଚିବାହାଳରୁ ଚୋରି ହୋଇଥିବା ୯୩୧ କାଟୁନ୍‌ ବିଦେଶୀ ମଦ ସହ ପୋଲିସ୍‌ ଏଥିରେ ସଂପୃକ୍ତି ଥିବା ୩ ଜଣଙ୍କୁ ଗିରଫ କରିଛି । ଲୁଟରେ ବ୍ୟବହାର ହୋଇଥିବା ଏକ ଡିଜାୟାର ଗାଡିକୁ ଜବତ କରିବାରେ ସଫଳ ହୋଇଛି ପୋଲିସ ।

ରେଢ଼ାଖୋଲ ଏସ୍‌ଡିପିଓ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ , ଜବତ ବିଦେଶୀ ମଦ. ଏଥିରେ ସଂପୃକ୍ତ ଅପରାଧି , ସେମାନେ ବ୍ୟବହାର କରୁଥିବା ଗାଡିକୁ ବିନିକାରୁ ଜବତ କରିଛନ୍ତି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ , ଗତ ତା ୨୮ଜୁଲାଇ ରେ ପୁରୀ ଜିଲ୍ଲା ନିମାପଡ଼ା ଠାରେ ଥିବା ୟୁନାଇଟେଡ୍‌ ସ୍ପିରିଟ କମ୍ପାନୀରୁ ଟ୍ରକ୍‌(ଓଆର୍‌ ୦୫ ଡବ୍ଲì ୭୭୭୯) ଯୋଗେ ସମ୍ବଲପୁର ଅଭିମୁଖେ ଆସୁଥିଲା । ଗାଡିର ଡ୍ରାଇଭର ରnନ କୁମାର ବାରିକ ଥିଲେ । ୨୯/୩୦ ଜୁଲାଇ ରାତି ୧ ଟାରେ ମୋଚିବାହାଳ ଠାରେ ଟ୍ରକଟି ପହଞ୍ଚିବା କ୍ଷଣି ୫ ଜଣ ଡକାୟତି ଡ୍ରାଇଭରର ମୁହଁରେ ଗାମୁଛା ବାନ୍ଧି ତାକୁ ଡିମିରିକୁଦା ନିକଟରେ ଛାଡି ପଳାଇଥିଲେ । ଡକାୟତି କରିଥିବା ମଦ ସହ ଟ୍ରକକୁ ରେଢ଼ାଖୋଲ ସ୍ଥିତ ପୁରୁଣା ପେଟ୍ରୋଲ୍‌ ପମ୍ପ ନିକଟରେ ରଖିଥିଲେ ।

ଅଭିଯୁକ୍ତମାନେ ସୁଇଫଟ୍‌ ଡିଜାରରେ ରେଢ଼ାଖୋଲ ସହରରେ ପରିଦର୍ଶନ କରୁଥିଲେ ଅତି ଚତୁରତାର ସହ । ସେଇ ଦିନ ଡକାୟତିମାନେ ସକାଳ ୧୧ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ସେଇ ପୁରୁଣା ପେଟ୍ରୋଲ୍‌ ପମ୍ପ ନିକଟରେ ଥିଲେ । ତା ପରେ ସେମାନେ ବିନିକା ଅଂଚଳକୁ ମଦ ଗାଡି ଧରିଯିବାରେ ସଫଳ ହୋଇଥିଲେ । ହରିଆନାର ମୁକେଶ କୁମାର ଚାରମାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ କ୍ରମେ ସମ୍ବଲପୁର ଏସ୍‌ ପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା । ବିଭିନ୍ନ ସ୍ଥାନକୁ ମଧ୍ୟ ଖବର ପଠାଇଥିଲା ପୋଲିସ୍‌ । ଏପରିକି ସାଇନ୍‌ଟିଫିକ୍‌ ଟିମ୍‌ , ସନ୍ଧାନୀ କୁକୁର , ବିଭିନ୍ନ ଟେକନିକାଲ୍‌ର ବ୍ୟବସ୍ଥା କରିଥିଲା ।

ଗତ ତା ୧୧/୭ ରେ ବିନୀକା ରୁ ଚାରମାଳ ପୋଲିସ୍‌ ବିଦେଶୀ ମଦ ସହ ଗାଡିକୁ ଜବତ କରିବାରେ ସଫଳ ହେବା ସହ ଏଥିରେ ସଂପୃକ୍ତି ଥିବା ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ଏଥିରେ ସଂପୃକ୍ତି ଥିବା ଡକାୟତି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଉଦୟପୁର ଗ୍ରାମର ଅଶ୍ୱିନୀ ବଗର୍ତି (୩୦) , କିଆକଟା ଥାନା ସିଆନ୍‌ ବେରୁନି ଗ୍ରାମର ବିଭୂରେନ୍ଦ୍ର ମଲ୍ଲିକ (୨୬), ସୋନପୁର ଜିଲ୍ଲା ବିନିକା ଥାନା ବିଶାଲ୍‌ ପାଲି ଗ୍ରାମର ଡୋଲାମଣି ସଲ୍‌ମା(୩୦)କୁ ପୋଲିସ୍‌ ଗିରଫ କରି କୋର୍ଟଚାଲାଣ କରିଥିବା ପୋଲିସ୍‌ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛି ।

ଡକାୟତି ହୋଇଥିବା ମୋଟ୍‌ ୯୩୧ କାଟୁନ୍‌ ବିଦେଶୀମଦକୁ ପୋଲିସ୍‌ ଜବତ କରିବା ସହ ସୁଇଫଟ୍‌ ଡିଜାର ଓଡି ୦୨ ବିଏନ୍‌ ୯୧୬୪ ଏବଂ ଟ୍ରକ୍‌ ନଂ ଓଆର୍‌ ୦୫ ଡବ୍ଲì ୭୭୭୯ କୁ ଜବତ କରିଛି । ଜବତ ବିଦେଶୀ ମଦର ମୂଲ୍ୟ ୪୩ ଲକ୍ଷ ୮୫ ହଜାର ଟଙ୍କା ହେବ ବୋଲି ଜଣା ପଡିଛି । ଏହି ଡକାୟତି ମାନଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧୀକ ମାମଲାରେ କେସ୍‌ ଥିବା ପୋଲିସ୍‌ କହିଛି ।

ଅଶ୍ୱିନୀ ବଗର୍ତି ନାମରେ ହଣ୍ଡପା ଥାନା କେସ୍‌ ନଂ ୮୦ ତା ୮/୧୦/୨୦୧୫ ୟୁ/ଏସ୍‌ ୩୬୩/୩୯୫/୩୯୭ ଆଇପିସି , ବିଭୁରେନ୍ଦ୍ର ମଲ୍ଲିକ ନାମରେ ରେଢାଖୋଲ ଥାନାରେ କେସ୍‌ ନଂ ୧୪୫ ତା୨୯/୮/୨୦୧୭ ୟୁଏସ୍‌ -୪୫୭/୩୮୦ ଆଇପିସି , ଖଣ୍ଡଗିରି ଥାନା କେସ୍‌ ନଂ ୨୩/୫/୨୦୧୭ ୟୁଏସ୍‌ ୨୫/୨୭ ଆର୍ମ ଆକଫ . ଆଠମଲ୍ଲୀକ ଥାନା କେସ୍‌ ନଂ ୪୨ ତା୨୦/୫୨୦୧୬ , ୟୁଏସ୍‌ ୪୫୭/୩୮୦ ଆଇପିସି , ଏବଂ ଆଠମଲ୍ଲୀକ ଥାନା କେସ୍‌ ନଂ ୬୧ ତା ୧୬/୮/୨୦୧୬ ୟୁଏସ୍‌ ୪୫୭/୩୮୦/୩୪୧ ଆଇପିସି , ଆଠମଲ୍ଲୀକ ଥାନା କେସ୍‌ ନଂ ୬୭ ତା ୧୬/୮/୨୦୧୬ ୟୁଏସ୍‌ ୪୫୭/୩୮୦ ଆଇପିସି ମାମଲା ଥିବା ପୋଲିସ୍‌ ପ୍ରକାଶ କରିଛି । ଚାରମାଳ ଥାନା କେସ୍‌ ନଂ ୯୦ ତା ୧/୭/୨୦୨୨ ୟୁଏସ୍‌ ୩୯୫ ଆପିସିରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ପୋଲିସ୍‌ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛି ।

Govt

Comments are closed.