ନୂଆପାଟଣା: ଜୁଲାଇ ୧୩: ମହିଳାଙ୍କୁ ଅଜଣା ଦୁର୍ବୃତ୍ତଙ୍କ ଏସିଡ୍ ମାଡ଼ । କଟକ ତିଗିରିଆ ଥାନା ନୂଆପାଟଣା ଗାଁରେ ଘଟିଛି ଏପରି ଘଟଣା । ଏଥିରେ ଗୁରୁତର ମହିଳାଙ୍କୁ ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଏସସିବି ସ୍ଥାନାନ୍ତର କରାଯାଇଛି । ନୂଆପାଟଣା ଗାଁର ୩୬ ବର୍ଷୀୟା ରିନା ସାହୁ ଆଜି ମର୍ଣ୍ଣିଂ ୱାକ୍ ପାଇଁ ଘରୁ ବାହାରିବା ବେଳେ ଏସିଡ୍ ମାଡ଼ କରିଥିଲା ଦୁର୍ବୃତ୍ତ । ଏଥିରେ ମହିଳାଙ୍କ ଶରୀରର ୫୦ ଭାଗ ପୋଡି ଯାଇଛି । ରୀନା ନୂଆପାଟଣାରେ ଏକା ରହୁଥିବା ବେଳେ ତାଙ୍କ ପରିବାର ସଦସ୍ୟ ଅନ୍ୟତ୍ର ରହୁଥିଲେ । ସବୁଦିନ ପରି ଆଜି ଭୋର ପ୍ରାୟ ୪ଟାରେ ରିନା ମର୍ଣ୍ଣିଂ ୱାକ୍ କରିବାକୁ ଘରୁ ବାହାରିଥିଲେ । ମାତ୍ର କିଛି ବାଟ ଯିବା ପରେ ହଠାତ କେହି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ । ଏହାପରେ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିବା ବେଳେ ରିନାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ । ତାଙ୍କୁ ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏନେଇ ରୀନା କହିଛନ୍ତି, ମୁଁ ବଞ୍ଚିବି କି ନାହିଁ ଜାଣିନି । ମୋ ସ୍ୱାମୀ ଓ ଝିଅ ଜୀବନକୁ ପୁଲିସ୍ ସୁରକ୍ଷିତ ରଖୁ । ତେବେ ଆକ୍ରମଣ କିଏ ଓ କାହିଁକି କଲା ସେ ନେଇ ସେ କିଛି କହୁ ନାହାନ୍ତି । ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍ ।

Comments are closed.