ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନୂଆ ରଣନୀତି: ଶରଦ ପାୱାରଙ୍କୁ ଭେଟିଲେ ସିନ୍ଦେ

ମୁମ୍ବାଇ: ଜୁଲାଇ ୦୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସନ୍ଦେଙ୍କ ନୂଆ ରଣନୀତି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନିକଟରେ ଏନସିପି ମୁଖିଆ ଶରଦ ପାୱାରଙ୍କୁ ଭେଟିଛନ୍ତି । ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଏକ ଫଟୋ ଅନୁସାରେ, ସିନ୍ଦେ ଶରଦଙ୍କ ବାସଭନ ଯାଇ ଫୁଲ ତୋଡ଼ା ଧରି ତାଙ୍କୁ ପ୍ରଦାନ କରୁଛନ୍ତି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନୂଆ ରଣନୀତି: ଶରଦ ପାୱାରଙ୍କୁ ଭେଟିଲେ ସିନ୍ଦେ

କିନ୍ତୁ ଏହି ଖବରକୁ ସିନ୍ଦେ ଖଣ୍ଡନ କରିଛନ୍ତି । ଏଭଳି କୌଣସି ପ୍ରକାର ଭେଟ ସେ କରିନାହାନ୍ତି ବୋଲି ସିନ୍ଦେ କହିଛନ୍ତି । ତେବେ ଏନସିପି ମୁଖିଆ ଶରଦ ପାୱାରଙ୍କୁ ସିନ୍ଦେ ଭେଟିବା ପଛର କାରଣ ଏକ ନୂଆ ରଣନୀତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ, ଗତ ତିନିଦିନ ତଳେ ଶରଦ ପାୱାର ତାଙ୍କର ବିଧାୟକମାନଙ୍କୁ ନିଜ ନିଜ ନିର୍ବାଚନ କ୍ଷେତ୍ରକୁ ଯାଇ କାମ କରିବାକୁ ପରାମର୍ଶ ଦେଇଥିଲେ । ଏଥିରୁ ଅନୁମାନ କରାଯାଉଛି କି, ରାଜ୍ୟରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହୋଇପାରେ । ଏହାପୂର୍ବରୁ ସିନ୍ଦେ-ଶରଦଙ୍କ ସାକ୍ଷାତ ମହାରାଷ୍ଟ୍ର ରାଜନୀତିକୁ ଏକ ବଡ଼ ପରିବର୍ତ୍ତନର ମୋଡ଼ ଦେଇପାରେ ବୋଲି ଆଲୋଚନା ହେଉଛି ।

Govt

Comments are closed.