ଦେଶରେ ଖୁବ୍‌ ଶିଘ୍ର ଆରମ୍ଭ ହେବ ୫-ଜି ସେବା

ଭୁବନେଶ୍ୱର: ଜୁନ୍‌ ୨୧: ବହୁତ ଜଲଦି ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାଇ ଅଳ୍ପଦିନ ପରେ ଓଡ଼ିଶାରେ ଏହି ସେବା ମିଳିବ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ-ସେପେଫମ୍ବରରୁ ଦେଶର ୨୦ରୁ ୨୫ଟି ସହରରେ ୫ଜି ସେବା ଆରମ୍ଭ ହେବ । ତେବେ ପ୍ରଥମ ପର୍ଯ୍ୟାୟରେ ଥିବା ସହରରେ ଓଡ଼ିଶାର କୌଣସି ସହର ନଥିବା ସେ ସୂଚନା ଦେଇଛନ୍ତି । ଏହାସହ ଅଗ୍ନିପଥ ଯୋଜାନାକୁ ନେଇ ରାଜନୀତି ନକରିବାକୁ ରେଳମନ୍ତ୍ରୀ ନିବେଦନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନ ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ ମଧ୍ୟ କରିଛନ୍ତି । ପ୍ରସ୍ତାବିତ ନବକଳେବର ପାଇଁ ଆଜି ବୈଷ୍ଣବ ପୁରୀ ଷ୍ଟେସନରେ ପହଞ୍ଚି ବୁଲି ଦେଖିଛନ୍ତି । ବର୍ତ୍ତମାନର ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପୁରୀର ସ୍ୱତନ୍ତ୍ର ପ୍ଲାନ ଓ ଡିଜାଇନକୁ ମଧ୍ୟ ପରିଦର୍ଶନ କରିଛନ୍ତି । ଏହାସହ ଏଥିରେ କିଛି ପରିବର୍ତ୍ତନ ନେଇ ସେ ଆଲୋଚନା ମଧ୍ୟ କରିଛନ୍ତି । ଯାତ୍ରୀଙ୍କ ସୁରକ୍ଷା, ଶୃଙ୍ଖଳିତ ଗମନାଗମନ, ଆନୁଷଙ୍ଗିକ ବ୍ୟବସ୍ଥା ଓ ଟ୍ରେନ ଚଳାଚଳ ସମୟରେ ଯେମିତି କିଛି ବାଧା ନ ଉପୁଜିବ ତାହାକୁ ସେ ଗୁରୁତ୍ୱ ଦେଇଛନ୍ତି । ନବକଳେବର ପ୍ରୋଜେକଫରେ ଅତ୍ୟାଧୁନିକ ପ୍ଲାଟଫର୍ମ, ସ୍ୱତନ୍ତ୍ର ବସିବା ସ୍ଥାନ, ଏସ୍କିଲେଟର, ଡରମାଟାରୀ, ପୋଲିସ ଥାନା ଓ ଇଲେକଟ୍ରିିକାଲ କାର, ଫୁଡ୍‌ ଜୋନ୍‌, ପର୍ଯ୍ୟଟକ ସୂଚନା କେନ୍ଦ୍ର, ଅଗ୍ନିଶମ ବ୍ୟବସ୍ଥା, ଡାକ୍ତରଖାନା ଓ ପ୍ରତୀକ୍ଷାଳୟ ଆଦି ରହିବ । ସେହିପରି ଖୁବଶୀଘ୍ର କୋଣାର୍କକୁ ରେଳ ଲାଇନ ସଂଯୋଗ କରାଯିବ ବୋଲି ସେ କହିଛନ୍ତି । ପୁରୀରୁ କିମ୍ବା ଅନ୍ୟ କେଉଁ ସ୍ଥାନରୁ ସଂଯୋଗ କରାଯିବା ନେଇ ସର୍ଭେ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Comments are closed.