ପୁରୀ: ଜୁନ୍ ୨୧: ଆଜି ଆନ୍ତର୍ଜାତିକ ଯୋଗ ଦିବସ । ଏହି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି ଉଭୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ । ଉଭୟ ନିଜର କଳା ମାଧ୍ୟମରେ ଯୋଗ ଦିବସର ଶୁଭେଚ୍ଛା ଜଣାଇବା ସହ ସଚେତନତାର ବାର୍ତ୍ତା ଦେଇଛନ୍ତି । ବାଲୁକା କଳାରେ ସକାଳର ସୂର୍ଯ୍ୟ କିରଣରେ ବସି ଯୋଗମୁଦ୍ରାର ଚିତ୍ରଣ କରିଛନ୍ତି ମାନସ । ୧୭ ଫୁଟ ଓସାରର ଏହି ବାଲୁକା କଳା ର୍ନିମାଣ ପାଇଁ ୧୫ ଟନ୍ ବାଲିର ବ୍ୟବହାର କରାଯାଇଛି । ଏହି ବାଲୁକାକଳା ପାଇଁ ମାନସଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ସେହିପରି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସ୍ୱର୍ଣ୍ଣାଭ ବେଳାଭୂମି ବା ଗୋଲେïନ୍ ବିଚରେ ବାଲୁକାକଳା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗମୁଦ୍ରାକୁ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶିତ କରିବା ସହ ସଚେତନତାର ବାର୍ତ୍ତା ଦେଇଛନ୍ତି ।
Comments are closed.