ଗର୍ଜିଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦିବ୍ୟାର୍ଥୀ: ପୁନଃ ମୂଲ୍ୟାୟନ ଦାବୀରେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ସମ୍ବଲପୁର : ଯୁକ୍ତ ୩ର ପଞ୍ଚମ ସେମିଷ୍ଟର ପୁନଃ ମୂଲ୍ୟାୟନ କରିବା ଦାବୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ବିଭିନ୍ନ ଜିଲ୍ଲାର କଲେଜ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ କିଛି ବର୍ଷ ଧରି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଛାତ୍ରଙ୍କ ସମସ୍ୟାକୁ ଆହୁରି ଜଟିଳ କରିଦେଇଛି । ଫଳସ୍ୱରୂପ ଚଳିତ ପଞ୍ଚମ ସେମିଷ୍ଟର ପରୀକ୍ଷା ମୂଲ୍ୟାୟନରେ ଗୁରୁତର ତ୍ରୁଟି ଓ ଅବହେଳା ଯୋଗୁଁ ଅଧିକାଂଶ କଲେଜର ଛାତ୍ରଛାତ୍ରୀ ଫେଲ ହୋଇ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତି କରୁଛନ୍ତି ।

ତେଣୁ ଅବିଳମ୍ବେ ପୁନଃ ମୂଲ୍ୟାୟନ କରି ସଂଶୋଧିତ ଫଳ ପ୍ରକାଶନ କରାଯାଉ ବୋଲି ଛାତ୍ରନେତା ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ମୁଖ୍ୟ ଗେଟ ସମ୍ମୁଖରେ ଦୀର୍ଘ ସମୟ ଧରି ବର୍ଷାରେ ଭିଜି ଭିଜି ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ । ଶେଷରେ ପରୀକ୍ଷା ନିୟନ୍ତ୍ରକ ଧାରଣା ସ୍ଥଳକୁ ଆସି ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ୧୫ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ସହ ଦାବୀପତ୍ର ଗ୍ରହଣ କରିଥିଲେ । ପରେ ଆନ୍ଦୋଳନ ସ୍ଥଗିତ ହୋଇଥିଲା ।
ଏହି ପ୍ରତିବାଦ ସଭାରେ ଏ ଆଇ ଡ଼ି ଏସ ଓ ବଲାଙ୍ଗୀର ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା,ରାଜ୍ୟ କମିଟି ସଭ୍ୟ ମଧୁସୂଦନ ବାଗ, ସର୍ବଭାରତୀୟ କାଉନସିଲ ସଭ୍ୟ ସୁନିଲ ଭୋଇ,ଗୌରୀ ରାଉତ,ନିମାଇଁ କୁମ୍ଭାର, ସିପୁନ ନାଏକ,କମଳ ଦୀପ, ଶ୍ରୀମନ୍ତ ରଣା,ଦେବାଶିଷ ରଣା,ପିତବାସ କରଣ, ଶିବାଞ୍ଜଳି ନାଗ,ଅମନ ସାହୁ ସହ ବିଭିନ୍ନ ଜିଲ୍ଲାରୁ ଶତାଧିକ ସାମିଲ ଥିଲେ ।

Launching Ceremony of “AYUSHMAN BHARAT

Comments are closed.