ରାଜନେତାଙ୍କୁ ବି ଲାଗିଛି ଅଗ୍ନିବୀର ନିଆଁ

ନୂଆଦିଲ୍ଲୀ:ଜୁନ ୧୮: ପ୍ରଧାନମନ୍ତ୍ରୀ ସେନା ନିଯୁକ୍ତିରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି । ଯୋଜନା ଅନୁସାରେ ଯୁବକଙ୍କୁ ସେନାରେ ୪ ବର୍ଷ ପ୍ରର୍ଯ୍ୟନ୍ତ ନିଯୁକ୍ତି ମିଳିବ । ପରେ ଏକ ନିଶ୍ଚିତ ପାଣ୍ଠି ପ୍ରଦାନ ପୂର୍ବକ ସେନାରୁ ସେମାନଙ୍କୁ ଅବସର ଦେଇ ଦିଆଯିବ ।ତେବେ ଏହି ଯୋଜନାକୁ ଏବେ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ ରାଜନୈତିକ ଦଳମାନେ ମଧ୍ୟ ଯୁବକଙ୍କ ସମର୍ଥନରେ ବାହାରିଛନ୍ତି । ଏଥିରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ସ୍କିମକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏ ବାବଦରେ ରାହୁଲ ଏକ ଟ୍ୱିଟ୍‌ କରିଛନ୍ତି । ସେ କହିଛନ୍ତି ଗତ ୮ ବର୍ଷ ହେଲା କେନ୍ଦ୍ରର ବିଜେପି ସରକାର ଜୟ ଜବାନ ଓ ଜୟ କିଷାନ ମୂଲ୍ୟର ଅପମାନ କରିଚାଲିଛନ୍ତି । ମୁଁ ପ୍ରଥମରୁ କହିଥିଲି ଯେ ପ୍ରଧାନମନ୍ତ୍ରୀଙ୍କୁ କଳା କୃଷି ଆଇନ ପ୍ରତ୍ୟାହାର କରିବାକୁ ହେବ । ଏଥର ବି କହୁଛି ମାଫିବିର ହୋଇ ପ୍ରଧାନମନ୍ତ୍ରୀଙ୍କୁ ଦେଶର ଯୁବକଙ୍କ କଥା ମାନିବାକୁ ପଡିବ ଓ ଅଗ୍ନିପଥକୁ ପ୍ରତ୍ୟାହାର କରିବାକୁ ପଡିବ । ପୂର୍ବରୁ ମଧ୍ୟ ରାହୁଲ ଆଉ ଏକ ଟ୍ୱିଟ୍‌ କରିଥିଲେ । ଯେଉଁଥିରେ ସେ ଲେଖିଛନ୍ତି ଯେ ଏଥିରେ ଅଗ୍ନିପଥକୁ ଯୁବକ ଅଗ୍ରାହ୍ୟ କଲେ, କୃଷି ଆଇନକୁ ଚାଷୀ ଅସ୍ୱୀକାର କଲେ, ନୋଟ ବନ୍ଦୀକୁ ଅର୍ଥଶାସ୍ତ୍ରୀ ଅଗ୍ରାହ୍ୟ କଲେ, ଜିଏସଟିକୁ ବ୍ୟବସାୟୀ । ଦେଶରେ ଜନତା କଣ ଚାହାନ୍ତି ତାହା ପ୍ରଧାନମନ୍ତ୍ରୀ ବୁଝନ୍ତିନି । କାରଣ ତାଙ୍କୁ ତାଙ୍କ ମିତ୍ରୋଙ୍କ ବିନା ଆଉ କାହାର କଥା ଶୁଣାଯାଏନି । ସେପଟେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଯୁବକମାନଙ୍କ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେନା ନିଯୁକ୍ତି ଲାଗି ପ୍ରସ୍ତୁତି କରୁଥିବା ଗ୍ରାମୀଣ ଯୁବକଙ୍କ ବ୍ୟଥା ବୁଝିବାକୁ ଚେଷ୍ଟା କର;ୁ ବୋଲି ପ୍ରିୟଙ୍କା ଉଲ୍ଲେଖ କରିଛନ୍ତି । ୩ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ହେଲାନି, ଦୌଡି ଦୌଡି ପିଲାଙ୍କ ଗୋଡ ଫୋଟକା ହେଲା । ଏୟାରଫୋର୍ସରେ ନିଯୁକ୍ତି ପରୀକ୍ଷାର ଫଳାଫଳକୁ ଯୁବକମାନେ ଅପେକ୍ଷା କରିଛନ୍ତି । ଏଥିରେ ପୁଣି ସରକାର ସେମାନଙ୍କ ସ୍ଥାୟୀ ନିଯୁକ୍ତି, ରାଙ୍କ, ପେନସନ, ଅଟକିଥିବା ନିଯୁକ୍ତି ଆଦି ଛଡେଇ ନେଇଛନ୍ତି । ଏ ନେଇ ପ୍ରିୟଙ୍କା ୨୯ ମାର୍ଚ୍ଚ ୨୦୨୨ରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀଙ୍କୁ ପତ୍ର ଲେଖି ଦାବି ପ୍ରତି ଧ୍ୟାନ ଦେଇ ତୁରନ୍ତ ସମାଧାନର ବାଟ ବାହାର କର;ୁ ବୋଲି ନିବେଦନ କରିଥିଲେ ।

Comments are closed.