ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଫସିଲେ ସାଇ ପଲ୍ଲଭୀ

ମୁମ୍ବାଇ: ଜୁନ ୧୮: ବିବାଦ ଘେରରେ ଫସିଲେ ପ୍ରସିଦ୍ଧ ସାଉଥ୍‌ ଅଭିନେତ୍ରୀ ସାଇ ପଲ୍ଲଭୀ । କାଶ୍ମୀର ପଣ୍ଡିତଙ୍କ ବିଷୟରେ ବିବାଦୀୟ ବିବୃତ୍ତି ହେତୁ ସେ ଏବେ ଚଚ୍ଚାରେ । ତାଙ୍କ ବିବୃତ୍ତିକୁ ନେଇ ଦେଶରେ ପୁଣିଥରେ ହିନ୍ଦୁ-ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସେ ତାଙ୍କ ବିବୃତ୍ତିରେ କାଶ୍ମୀର ପଣ୍ଡିତଙ୍କ ପଳାୟନକୁ ଗୋରକ୍ଷତା ସହିତ ତୁଳନା କରିଛନ୍ତି, ଯେଉଁ କାରଣରୁ ନୁପୁର ଶର୍ମାଙ୍କ ପରେ ଏବେ ସାଇ ପଲ୍ଲଭୀଙ୍କ ପାଇଁ ଉତ୍ତେଜନାମୂଳକ ଟ୍ୱିଟ୍‌ ଏବଂ ମନ୍ତବ୍ୟ ଭାଇରାଲ ହେବାରେ ଲାଗିଛି । କେବଳ ଏତିକି ନୁହେଁ, ଏହି ମତ ହେତୁ ସେ ସୋସିଆଲ୍‌ ମିଡିଆ ବ୍ୟବହାରୀଙ୍କ ସହିତ ବଜରଙ୍ଗ ଦଳର ଟାର୍ଗେଟକୁ ଆସିଛନ୍ତିଛ । ନିକଟରେ ବଜରଙ୍ଗ ଦଳ ଏହି ଅଭିନେତ୍ରୀଙ୍କ ବିରୋଧରେ ମକଦ୍ଦମା ଦାଖଲ କରିଛି । ଏକ ସାକ୍ଷାତକାରରେ ସାଇ କହିଛନ୍ତି ଯେ କାଶ୍ମୀର ଫାଇଲ୍ସରେ ଦେଖେଇବାରେ ଥିଲା ଯେ ସେତେବେଳେ କାଶ୍ମୀର ପଣ୍ଡିତମାନଙ୍କୁ କିପରି ହତ୍ୟା କରାଯାଇଥିଲା । ଯଦି ଏହି ପ୍ରସଙ୍ଗକୁ ଏକ ଧାର୍ମିକ ସଂଘର୍ଷ ଭାବେ ଦେଖାଯାଏ, ତେବେ ନିକଟରେ ଏକ ଘଟଣାକୁ ନିଆଯାଇପାରେ ଯେ ଜଣେ ମୁସଲମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା, ଯେତେବେଳେ ସେ ଏକ ଗାଇବୁହା ଗାଡି ଚଳାଉଥିଲେ । ତେବେ ସେତେବେଳେ ଯାହା ଘଟିଲା ଏବଂ ବର୍ତ୍ତମାନ ଯାହା ଘଟୁଛି ତାର ପାର୍ଥକ୍ୟ କଣ? ଏହି ବିବୃତ୍ତି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ତେବେ ଏହି ବିବୃତ୍ତିକୁ ନେଇ ବଜରଙ୍ଗ ଦଳ ଭାଗ୍ୟନଗର ପକ୍ଷରୁ ହାଇଦ୍ରାବାଦରେ ଅଭିନେତ୍ରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଦଳ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ନିଜର ଅଭିଯୋଗ ପତ୍ର ଶେୟାର କରି ଲେଖିଛନ୍ତି ଯେ ବଜରଙ୍ଗ ଦଳ ବିଦ୍ୟାନଗର ଜିଲ୍ଲା ସଂଯୋଜକ ଅଖିଲ ସିଣ୍ଡୋଲେ ଜୀ ଏବଂ ବାଲୋପାସନା କେନ୍ଦ୍ରର ମୁଖ୍ୟ ଅଭିଷେକ କୁର୍ମା ସୁଲତାନ ବଜାର ପୋଲିସ୍‌ ଷ୍ଟେସନରେ ସାଇଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଅଭିନେତ୍ରୀଙ୍କ ଏଭଳି ଅପମାନଜନକ ମନ୍ତବ୍ୟ ପାଇଁ ସେ ସମଗ୍ର ଦେଶ, ବିଶେଷ କରି କାଶ୍ମୀର ହିନ୍ଦୁମାନଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇଛି । ଦଳ ଏହା ମଧ୍ୟ କହିଛି ଯେ ଯଦି ସେ ଏମିତି ନ କରିବେ ତେବେ ଭବିଷ୍ୟତରେ ପରିସ୍ଥିତି ଆହୁରି ସଂଗୀନ ହେବ ।

Govt

Comments are closed.