ଭଂସାଲୀଙ୍କ ଫିଲ୍ମରେ ରାଣୀ ହେବାକୁ ମନ

ମୁମ୍ବାଇ: ସାରା ଅଲ୍ଲୀ ଖାନ ସର୍ବଦା ତାଙ୍କର ଗ୍ଲାମର ଫଟୋ ଏବଂ ଫିଲ୍ମକୁ ନେଇ ଲାଇମଲାଇଟ୍‌ରେ ରୁହନ୍ତି । ବେଳେ ବେଳେ ସାରାଙ୍କ ମନ୍ତବ୍ୟକୁ ତାଙ୍କ ପ୍ରଶଂସକମାନେ ଖୁବ ପସନ୍ଦ କରିଥାନ୍ତି । ଅଭିନେତ୍ରୀ ସାରା ଏସମୟରେ ଆବୁଧାବିରେ ଛୁଟି କାଟୁଛନ୍ତି ଏବଂ ତାଙ୍କର ଏକ ବୟାନ ଚର୍ଚ୍ଚାରେ ରହିଛି, ଯାହା ସେ ପ୍ରସିଦ୍ଧ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲୀଙ୍କ ପାଇଁ ଦେଇଛନ୍ତି ।

 ଭଂସାଲୀଙ୍କ ଫିଲ୍ମରେ ରାଣୀ ହେବାକୁ ମନ

ସଞ୍ଜୟ ଲୀଲାଙ୍କ ସହ ସେ କାମ କରିବାକୁ ଚାହୁଁଛନ୍ତି ବୋଲି ନବାବ ସୈଫ୍‌ଙ୍କ ତନୟା ସାରା କହିଛନ୍ତି । କେବଳ ଏତିକି ନୁହେଁ ଭଂସାଲୀଙ୍କ ଫିଲ୍ମରେ ସେ ଛୋଟ ଭୂମିକା ଚାହୁଁନାହାନ୍ତି ବରଂ ରାଣୀ ଚରିତ୍ରରେ ପରଦାକୁ ଅବତୀର୍ଣ୍ଣ ହେବାକୁ ଇଚ୍ଛା । ଶେଷ ଥର ପାଇଁ ସାରା ଅଲ୍ଲୀ ଖାନ ‘ଅତରଙ୍ଗୀ ରେ’ ଫିଲ୍ମରେ ନଜର ଆସିଥିଲେ । ଏହା ଓଟିଟି ରିଲିଜ୍‌ ହୋଇଥିଲେ ମଧ୍ୟ ସାରାଙ୍କ ପ୍ରଦର୍ଶନକୁ ସିନେସମୀକ୍ଷକମାନେ ବେଶ୍‌ ପସନ୍ଦ କରିଥିଲେ ।

 ଭଂସାଲୀଙ୍କ ଫିଲ୍ମରେ ରାଣୀ ହେବାକୁ ମନ

‘ଅତରଙ୍ଗୀ ରେ’ର ସଫଳତା ପରେ ସାରା ତାଙ୍କର ଫିଲ୍ମ ଚୟନର ପ୍ରକ୍ରିୟାକୁ ବଦଳାଇବା ସହ ପ୍ରତିଟି ଭୂମିକାରେ କାମ କରିବାକୁ ଚାହୁଁଛନ୍ତି, କାରଣ ଏଥିରେ ତାଙ୍କୁ ମଜା ଲାଗୁଛି ବୋଲି ଏକ ପ୍ରତିଷ୍ଠିତ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ସାରା ଭାରତ ଛାଡ଼ ଆନ୍ଦୋଳନ ଉପରେ ଆଧାରିତ ଏକ ଫିଲ୍ମରେ ନଜର ଆସିବେ ।

 ଭଂସାଲୀଙ୍କ ଫିଲ୍ମରେ ରାଣୀ ହେବାକୁ ମନ

ଏହା ବ୍ୟତୀତ ଆଗକୁ ସେ ଖୁବଶୀଘ୍ର ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଦ ଇମ୍ମୋର୍ଟଲ ଅଶ୍ୱ‹ାମା’ରେ ନଜର ଆସିବେ । ଏହା ବ୍ୟତୀତ ବିକ୍ରାନ୍ତ ମୈସୀଙ୍କ ସହ ଅପକମିଂ ଫିଲ୍ମ ‘ଗ୍ୟାସଲାଇଟ୍‌’ ପାଇଁ ଖୁବ ଉତ୍ସାହିତ ଅଛନ୍ତି । କାରଣ ବିକ୍ରାନ୍ତ ମୈସୀଙ୍କ ପରି ପ୍ରତିଭାଶାଳୀ କଳାକାରଙ୍କ ସହ ସାରା ପ୍ରଥମ ଥର ପାଇଁ ରୋଲ୍‌ କରୁଛନ୍ତି ।

Launching Ceremony of “AYUSHMAN BHARAT

Comments are closed.