କର୍ମ ସନ୍ୟାସ: କର୍ମ ଯୋଗର ଭିତ୍ତି ଭୂମି

ସନ୍ୟାସର ଅର୍ଥ ସଂସାର ତ୍ୟାଗ ଅଥବା ସଂସାର ପ୍ରତି ବିରକ୍ତି । ପ୍ରକୃତ ପକ୍ଷେ ସର୍ବ ଜନପ୍ରିୟ ଭାଷାରେ ପ୍ରକାଶ କରିବାକୁ ଗଲେ ସଂସାର ତ୍ୟାଗ ସହ ଭଗବତ କୃପା ଦ୍ୱାରା ତାଙ୍କୁ ଅନେ୍ୱଷଣ ଅଥବା ପ୍ରାପ୍ତ କରିବାର ଇଚ୍ଛା ହିଁ କର୍ମ ସନ୍ୟାସ ଅଟେ । ଜଣେ କର୍ମସନ୍ୟାସୀ ସାଂସାରିକ କାର୍ଯ୍ୟ ତ୍ୟାଗ କରିବା ପୂର୍ବକ ସମ୍ପୂର୍ଣ୍ଣ ରୂପେ ତାଙ୍କୁ ଭଗବାନଙ୍କ ଇଚ୍ଛାନୁସାରେ ସମର୍ପିତ କରିଥାନ୍ତି । ଅନ୍ୟପକ୍ଷରେ କର୍ମଯୋଗୀ ଅତ୍ୟନ୍ତ ସୁଚାର ରୂପେ କର୍ମ କରି ଦକ୍ଷତାନୁଯାୟୀ ନିଜର ମନକୁ ନିରବଚ୍ଛିନ୍ନ ଭାବରେ ଆଧ୍ୟାତ୍ମିକ ପଥପ୍ରଦର୍ଶକ (ଗୁରୁ) ଏବଂ ଭଗବାନ ନିକଟରେ ଓନଃପ୍ରୋତ ହୋଇ ମଧ୍ୟ କେବେ ହେଲେ ମନରେ ଏହାର ଫଳାଫଳ ଉପରେ କୌଣସି ଆଶା ରଖିନଥାନ୍ତି । ପ୍ରତ୍ୟେକ କର୍ମ ନିମନ୍ତେ ସେ ନିଜର ଗୁରୁ ଅଥବା ଆଧ୍ୟତ୍ମିକ ପଥପ୍ରଦର୍ଶକ ଏବଂ ଭଗବାନଙ୍କୁ ସର୍ବଦା ତାଙ୍କର ପର୍ଯ୍ୟବେକ୍ଷକ (ଦ୍ରଷ୍ଟା) ତଥା ରକ୍ଷକ ମନେକରି ସର୍ବଦା କର୍ମ କରିଥାନ୍ତି । ଏହା ଦ୍ୱାରା ସେ କର୍ମଫଳ ପ୍ରାପ୍ତିଠାରୁ ଅସଂଗଲଗ୍ନ ରହିଥାନ୍ତି । ଶ୍ରୀମଦ ଭଗବତ ଗୀତା କହେ-

“ ସଂନ୍ୟାସ କର୍ମୟୋଗଶ୍ଚ ନିଃଶ୍ରେୟସକରାବୁଭୌ ।
ତୟୋସ୍ତୁ କର୍ମସଂନ୍ୟାସାତ୍‌ କର୍ମୟୋଗୋ ବିଶିଷ୍ୟତେ । ।୨ । । ”

ଶ୍ରୀମଦ ଭଗବତ ଗୀତା ଅଧ୍ୟାୟ-୫
ଯଦ୍ୟପି କର୍ମଯୋଗଏବଂ କର୍ମସନ୍ନ୍ୟାସ ଉଭୟ ଈଶ୍ୱରାଶୀର୍ବାଦ ଦିଗରେ ନେଇଯାଏ, ଉପରୋକ୍ତ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ପ୍ରାଞ୍ଜଳ ଭାଷାରେ କର୍ମନ୍ନ୍ୟାସ ଅପେକ୍ଷା କର୍ମଯୋଗ ଉପରେ ଗୁରୁତ୍ୱ ଦେଛନ୍ତି । କାରଣ ଏହାର ପ୍ରଭାବ ସାମାଜିକ ଅଭିବ୍ୟକ୍ତି ଉପରେ ପଡ଼ିଥାଏ । ଦ୍ୱିତୀୟରେ ଜଣେ କର୍ମଯୋଗୀ ହେବା ସହଜ । କାରଣ କର୍ମ କରିବା ଆମ୍ଭମାନଙ୍କର ସ୍ୱାଭାବିକ ପ୍ରବୃତ୍ତି ଅଟେ ।

କର୍ମଯୋଗର ଅଭ୍ୟାସ କଷ୍ଟକର ହୋଇଥା କାହିଁକି?

କର୍ମ ସନ୍ୟାସ: କର୍ମ ଯୋଗର ଭିତ୍ତି ଭୂମି

ସାଧାରଣତଃ ଆମ୍ଭମାନଙ୍କର ମନ ଆମର କ୍ରମସ୍ଥଳୀରେ ଗୋଟିଏ ସ୍ଥାନରେ ପ୍ରାୟତଃ ରହେନାହିଁ । ମନର ଏକ ବୃହଦଂଶ ଭୟର ଏକ ଭୀଷଣ ଜଙ୍ଗଲ, ଇର୍ଷା ଓ ଦେ୍ୱଷ ଆଦିର ଅନ୍ଧକାର ଗୁମ୍ଫା ଏବଂ କାଳ୍ପନିକ ବିଫଳତାର ବିଶାଳ ମରୁଭୂମିରେ ବିଚରଣ କରିଥାଏ । ତେଣୁ ଅନାକର୍ଷଣର ପ୍ରାବଲ୍ୟ ଯୋଗୁଁ ସାଂସାରିକ କାର୍ଯ୍ୟ ସହ ଜଣେ ମନକୁ ଭଗବାନଙ୍କଠାରେ ଲଗାଇବାକୁ କଷ୍ଟକର ମନେ କରିବା ସହିତ ଅସମ୍ଭବ ମନେ କରିଥାଏ । ମାତ୍ର କର୍ମସନ୍ନ୍ୟାସ ଟିକେ ଅଲଗା । ଏହାକୁ ଆୟତ୍ତ କରିବା ଏକ କଳା । ଏହିପାଇଁ ପ୍ରଥମେ ମନକୁ ନିୟନ୍ତ୍ରିତ କରି ଦହି ସଦୃଶ ଜମେଇବାକୁ ପଡ଼ିବ ।

ଧ୍ୟାନର ନୂତନ ସଂଜ୍ଞା ନିରୂପଣ..
ଗଜଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଏଥିନିମନ୍ତେ ଏକ ସରଳ କିନ୍ତୁ କୌଶଳର ଅବତାରଣା କରିଛନ୍ତି । ଏଥିପାଇଁ ଆମକୁ ଦିନର କିୟଦଂଶ ଏକ ନିର୍ଜନ ସ୍ଥାନରେ ଅଥବା ଏକାନ୍ତରେ ଅତିବାହିତ କରିବାକୁ ହେବ ଯେତେବେଳେ କି ଭଗବାନଙ୍କ ବିଦ୍ୟ ରୂପ ଉପରେ ଧ୍ୟାନ ସହ ତାଙ୍କର ଗୁଣ, ଲୀଳା, ଧାମ ତଥା ତାଙ୍କର ସନ୍ଥଙ୍କୁ ସ୍ମରଣ କରିବ । କ୍ଷୀର ଯେପରି ନିବୃତ ସ୍ଥାନରେ ଦହିରେ ପରିଣତ ହୋଇଯାଏ, ମନ ସେହିପରି ଭାବେ ନିରଚ୍ଛିନ୍ନ ସାଧନା କୌଶଳ ଦ୍ୱାରା ଅନ୍ତମୂର୍ଖୀ ହୋଇଥାଏ । ଏହି ସାଧାନ କୌଶଳ ମନକୁ ନିରବଚ୍ଛିନ୍ନ ଭାବରେ ଆଧ୍ୟାତ୍ମିକ ପଥପ୍ରଦର୍ଶକ (ଗୁରୁ) ତଥା ଭଗବାନଙ୍କଠାରୁ ଯୁକ୍ତ ହୋଇ ରଖୁଥିବା ଯୋଗୁଁ ଭଗବାନ ସର୍ବତ୍ର ବିଦ୍ୟମାନ ବୋଲି ଅନୁଭବ କରାଇବା ସହିତ ଆମର ପ୍ରତିଟି କାର୍ଯ୍ୟର ଦ୍ରଷ୍ଟା ଏବଂ ରକ୍ଷକ ବୋଲି ପ୍ରତିକ୍ଷଣ ଚେତାଇ ଦେଇଥାଏ । ଏହା ହିଁ କର୍ମଯୋଗର ପ୍ରକୃତ ଅବସ୍ଥା ।

“ ତସ୍ମାତ୍ସର୍ବେଷୁ କାଳେଷୁ ମାମନୁସ୍ମର ଯୁଦ୍ଧ ଚ” ଶ୍ରୀମଦ ଭଗବତ ଗୀତା ଅଧ୍ୟାୟ-୮

ବ୍ରଜ ଗୋପିକା ସେବା ମିଶନ, ସ୍ୱାମୀ ଶ୍ରୀ କୃପାଳୁଜୀ ମହାରାଜଙ୍କର ଉପରୋକ୍ତ କୌଶଳକୁ ନେଇ ୧୯୯୬ ମସିହାଠଶରୁ ବିଭିନ୍ନ ସହରରେ ବୃହତ କାର୍ଯ୍ୟକ୍ରମର ଆୟୋଜନ କରିଆସୁଛି । ଯାହା ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ ତଥା ଆଧ୍ୟାତ୍ମିକ ଗୁରୁତ୍ୱ ମଧ୍ୟ ବହନ କରିଥାଏ । ଏହି ଶିବିରର ଅନନ୍ୟ, ଅନୁପମ ଏବଂ ଏକମାତ୍ର ବୈଶିଷ୍ଟ୍ୟ ହେଲା ରୁପାଧ୍ୟାନ ସାଧନା, ଯାହା ଜଗତ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜାଙ୍କ ଦ୍ୱାରା ବିଶେଷ ଭାବରେ ଶିକ୍ଷାଦାନ କରାଯାଇଛି । ଏହି ସାଧନା ଶିବିର ଶ୍ରୀ ମହାରାଜଜୀଙ୍କର ଦୁଇ ପ୍ରମୁଖ ପ୍ରଚାରଣ ପୂଜନୀୟା ରାସେଶ୍ୱରୀ ଦେବୀଜୀ ଏବଂ ସ୍ୱାମୀ ଶ୍ରୀ ଯୁଗଳ ଶରଣଜୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଆସୁଛି । ଏହି ଶିବିରରେ ଅନୁଷ୍ଠିତ ହେଉଥିବାଳ ଦୃହୟସ୍ପର୍ଶୀ ସଙ୍କୀର୍ତ୍ତନ, ନିର୍ଦ୍ଦେଶିତ ଧ୍ୟାନ ଏବଂ ପ୍ରବଚନ, ଇନ୍ଦ୍ରିୟ ତଥା ମନକୁ ଏକ ଗଭୀର ଯୋଗ/ ଧ୍ୟାନ ସାଧନାରେ ସାଧକ ଭକ୍ତମାନଙ୍କୁ ନିମଜ୍ଜିତ କରିଥାଏ । ଏହା ଧ୍ୟାନ ଏବଂ ସାଧନା ଉପରେ ଲକ୍ଷ୍ୟ ରଖିବା ସହ ମନକୁ ପୁର୍ଣତୋୟା ଦିବ୍ୟ ଅନୁଭବରେ ନିମଗ୍ନ କରିଦେଇଥାଏ । ପ୍ରତ୍ୟେକଙ୍କର ଏପରି ଅନୁଭବ ହୋଇଥାଏ ଯେ, ଏ ମାୟିକ ଜଗତର ଆସରତାକୁ ଛାଡ଼ି ଅନ୍ତର୍ମୁଖୀ ହେବା ଦ୍ୱାରା ଆମେ ପ୍ରକୃତ ଆତ୍ମା ବିଷୟରେ ସଚେତନ ହୋଇପାରିବା ।

କର୍ମ ସନ୍ୟାସ: କର୍ମ ଯୋଗର ଭିତ୍ତି ଭୂମି

ଏହି କ୍ରମରେ ପ୍ରଥମ ସାଧନା ଶିବିର ଜଗନ୍ନାଥ ଧାମ ପୁରୀରେ ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ ଶିବିରଗୁଡ଼ିକ ଭାରତବର୍ଷର ବିଭିନ୍ନ ସ୍ଥାନ ଯଥା- ଦ୍ୱାରକା(ଗୁଜରାଟ), ରାମେଶ୍ୱରମ୍‌(ତାମିଲନାଡ଼ୁ), ନବଦ୍ୱୀପ (ପଶ୍ଚିମବଙ୍ଗ), ହରିଦ୍ୱାର (ଉତ୍ତରାଖଣ୍ଡ), ନାସିକ (ମହାରାଷ୍ଟ୍ର), ଉଜ୍ଜୟିନୀ(ମଧ୍ୟପ୍ରଦେଶ), କଟରା(ଜାମ୍ମୁ), ଚିତ୍ରକୂଟ, ଅମକଣ୍ଟାକ (ମଧ୍ୟପ୍ରଦେଶ) ଆଦି ତୀର୍ଥ ତଥା ଧାର୍ମିକ ସ୍ଥାନରେ ହୋଇଆସୁଛି । ସ୍ଥାନର ଆଧ୍ୟାତ୍ମିକ ଗୁରୁତ୍ୱକୁ ନେଇ ଶିବିରର ସ୍ଥାନ ନିରୂପଣ ସହ ସାଧକମାନଙ୍କୁ ସ୍ଥାନର ଆଧ୍ୟାତ୍ମିକ ଗୁରତ୍ୱ ସହ ପରିଚୟ ଏବଂ ଭାରତର ବିଭିନ୍ନ ଆଧ୍ୟାତ୍ମିକ ବିଭିନ୍ନତା ସହ ସ୍ଥାନଗୁଡ଼ିକର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥାଏ । ନିରବଚ୍ଛିନ୍ନ ଭାବେ ବିଗତ ୨୬ ବର୍ଷ ଧରି ଏହି ଶିବିରଗୁଡ଼ିକ ଅନୁଷ୍ଠିତ ହୋଇଆସୁଥିବା ସଙ୍ଗେ ସଙ୍ଗେ ହଜାର ହଜାର ବ୍ୟକ୍ତି ବିଶେଷଙ୍କୁ ଏହା ଉପକୃତ କରିବା ସହ ସେମାନଙ୍କର ଜଗତିକ ଜୀବନଶୈଳୀକୁ ଆଧ୍ୟାତ୍ମିକ ଦିଗ୍‌ଦର୍ଶନ ହୋଇଛି । ଏପର୍ଯ୍ୟନ୍ତ ପ୍ରାୟ ୬୩ଟି ସାଧନା ଶିବିର ଆୟୋଜିତ ହୋଇସାରିଛି । କରୋନା ମହାମାରୀ ଯୋଗୁଁ ଏହି ଶିବିର ବିଗତ ୩ ବର୍ଷ ହେଲା ଅନ୍‌ଲାଇନ୍‌ରେ ହୋଇଆସୁଛି । ଏହି ବର୍ଷ ୨୦୨୨ରେ ମଧ୍ୟ ପରୀକ୍ଷାମୂଳକ ଭାବରେ ଦୁଇ ପ୍ରକାର ଅର୍ଥାତ୍‌ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ଆୟୋଜି ହେଉଅଛି ।

* ଏହି ଶିବିର ୭ଦିନ ନିମନ୍ତେ ଏକ ନିଶ୍ଚିନ୍ତ ଦୈନନ୍ଦିନ କାର୍ଯ୍ୟାବଳୀ ଏବଂ ସାତ୍ତ୍ୱିକ ଆହାର ସହ ଅନୁଷ୍ଠିତ ହେଉଅଛି ।

* ଶିବିରରେ ସମୂର୍ଣ୍ଣ ମୌନ ଅବଲମ୍ବନ ସହ କୌଣସି ଆବଶ୍ୟକତା ଥିଲେ ଲେଖା ମାଧ୍ୟମରେ ଆଦାନ ପ୍ରଦାନ କରାଯାଇପାରେ । ଦିନଚର୍ଯ୍ୟା ପ୍ରାତଃ ୪ଘା.୩୦ ମିନିଟରେ ଆରମ୍ଭ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ସହ ରାତି ୯ଟା ପର୍ଯ୍ୟନ୍ତ ଚାଲିବ ।
* ସକାଳେ ଏବଂ ସନ୍ଧ୍ୟାରେ ଦୁଇଥର ଆରତି ତଥା ସଂକୀର୍ତ୍ତନ ।

* ଦାର୍ଶନିକ ତତ୍ତ୍ୱ ତଥା ପ୍ରବଚନ ପୂଜନୀୟ ରାସେଶ୍ୱରୀ ଦେବୀଜୀ ଏବଂ ପୂଜା ସ୍ୱାମୀ ଯୁଗଳ ଶରଣଜୀଙ୍କ ଦ୍ୱାରା ପ୍ରଦାନ କରାଯିବ ।

* ଯୋଗ ଏବଂ ପ୍ରାଣାୟାମ ସକାଳେ ତଥ୍ୟା ସନ୍ଧ୍ୟାରେ ମୁକ୍ତ ଆକାଶ ତଳେ ହେବ ।

* ରୂପ ଧ୍ୟାନ ସାଧନା ଏବଂ ସଂକୀର୍ତ୍ତନ ତଥା ଧ୍ୟାନ, ଦିନର ବିଭିନ୍ନ ସମୟରେ ହେବ ।

ଆସନ୍ତୁ, ଆମ ସହିତ ଯୋଗଦାନ କରିବାପୂର୍ବକ ଭାରତବର୍ଷର ପ୍ରାଚୀନ ବୈଦିକ ଜ୍ଞାନ ଏବଂ ପ୍ରାଚୀନ ସଭ୍ୟତା ସମ୍ପର୍କରେ ଜ୍ଞାନ ଆହରଣ କରି ଏମାନବ ଜନ୍ମକୁ ସାର୍ଥକ କରନ୍ତୁ । ବ୍ରଜ ଗୋପିକା ସେବା ମିଶନ ଆପଣଙ୍କ ଜୀବନର ଉପଯୁକ୍ତ ମାପଦଣ୍ଡକୁ ଠିକ୍‌ ମାର୍ଗ ଦର୍ଶନ କରାଇପାରିବ ବୋଲି ଆଶା ଏବଂ ବିଶ୍ୱାସ ।

Govt

Comments are closed.