୮.୫ ପ୍ରତିଶତରୁ ୮.୧କୁ କମିଲା ଇପିଏଫଓ ସୁଧହାର

ନୂଆଦିଲ୍ଲୀ: ଜୁନ ୪: ୮.୫ ପ୍ରତିଶତରୁ ୮.୧କୁ କମିଲା ଇପିଏଫଓ ସୁଧହାର । ୨୦୨୧-୨୨ ବର୍ଷ ପାଇଁ ସରକାର ୮.୧ ପ୍ରତିଶତ ସୁଧ ହାରକୁ ଅନୁମୋଦନ କରିଛନ୍ତି । ଗତ ୪ ଦଶନ୍ଧି ମଧ୍ୟରେ ଏହା ସର୍ବନିମ୍ନ । ଏହା ୬ କୋଟି ହିତାଧିକାରୀଙ୍କୁ ପ୍ରଭାବିତ କରିବ । ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ପୂର୍ବରୁ ମାର୍ଚ୍ଚରେ, ଇପିଏଫଓ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ଜମା ଉପରେ ସୁଧ ହାରକୁ ୮.୫ ରୁ ୮.୧କୁ ପ୍ରତିଶତକୁ ହ ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା । ଆଜି ଜାରି ହୋଇଥିବା ଇପିଏଫଓ କାର୍ଯ୍ୟାଳୟର ନିର୍ଦ୍ଦେଶ ଅନୁଯାୟୀ, ସମ୍ମତି ପାଇଁ ଶ୍ରମ ମନ୍ତ୍ରଣାଳୟ ଅର୍ଥ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ପଠାଇଛି । ସରକାରଙ୍କ ଅନୁମୋଦନ ପରେ ଇପିଏଫଓ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସ୍ଥିର ସୁଧ ହାର କର୍ମଚାରୀଙ୍କ ଆକାଉଣ୍ଟରେ ଜମା କରିବା ଆରମ୍ଭ କରିବ ।

Govt

Comments are closed.