ଏଣିକି ସକାଳ ୬ଟାରୁ ରାତି ୯ଟା ସମଲେଶ୍ୱରୀ ମନ୍ଦିର ଦର୍ଶନ

ସମ୍ବଲପୁର : ବଢିଲା ସମଲେଶ୍ୱରୀ ମନ୍ଦିର ଦର୍ଶନର ସମୟ । ସାଧାରଣ ଦର୍ଶନ ପାଇଁ ଅନୁମତି ସମୟ ବଢିଲା । ଏଣିକି ସକାଳ ୬ଟାରୁ ରାତ୍ରି ୯ଟା ଯାଏଁ ମା’ ସମଲେଶ୍ୱରୀଙ୍କୁ ଭକ୍ତ କରିପାରିବେ ଦର୍ଶନ ।

ମଧ୍ୟାହ୍ନ ୧୨ଟାରୁ ୧୨.୩୦, ସନ୍ଧ୍ୟା ୮ଟାରୁ ୮.୩୦ ଭକ୍ତଙ୍କ ପାଇଁ ବନ୍ଦ ରହିବ । କୋଭିଡ ପାଇଁ କିଛି ଦିନ ଭକ୍ତଙ୍କ ପାଇଁ ସମଳେଶ୍ୱରୀ ମନ୍ଦିର ବନ୍ଦ ରହିଥିଲା । ତେବେ କରୋନା ପ୍ରକୋପ ହ ୍ରାସ ପାଇବା ପରେ ସମଳେଶ୍ୱରୀ ମନ୍ଦିର ଭକ୍ତଙ୍କ ପାଇଁ ଖୋଳାଯାଇଥିଲା । ବର୍ତ୍ତମାନ ମା’ଙ୍କ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି ।

Comments are closed.