ଲୋକପ୍ରିୟ ଗାୟକ କେକେଙ୍କ ବିୟୋଗ, ମ୍ରିୟମାଣରେ ଭାରତୀୟ ସଙ୍ଗୀତ ଜଗତ

କୋଲକାତା: ଜୁନ୍‌ ୦୧ : କୋଲକାତାରେ ଏକ କନ୍‌ସର୍ଟରେ ‘ହମ୍‌ ରହେଁ ୟା ନା ରହେଁ କଲ୍‌ ୟାଦ୍‌ ଆଏଁଗେ ୟେ ପଲ୍‌’ ଗୀତ ଗାଉଥିବା ଲୋକପ୍ରିୟ ଗାୟକ କେକେ ଓରଫ୍‌ କୃୃଷ୍ଣକୁମାର କୁନ୍ନଥଙ୍କ ଏହାଥିଲା ଶେଷ ଗୀତ । କେହି ଜାଣି ନଥିଲେ ଯେ, ଏହି ଗୀତ ପରେ ଭାରତୀୟ ସଙ୍ଗୀତ ଜଗତର ଏକ ଅପୂରଣୀୟ କ୍ଷତି ସହିବ । ତାଙ୍କର ଏହିପରି ହଠାତ୍‌ ବିୟୋଗରେ ସଙ୍ଗତୀ ଦୁନିଆ ସ୍ତବ୍ଧ ହୋଇଯାଇଛି । କେକେଙ୍କ ହଠାତ୍‌ ବିୟୋଗ ନେଇ ତାଙ୍କ ଇନ୍‌ଷ୍ଟାଗ୍ରାମ ଅଫିସିଆଲ୍‌ ପେଜ୍‌ ସୂଚନା ଦିଆଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା ।

ଲୋକପ୍ରିୟ ଗାୟକ କେକେଙ୍କ ବିୟୋଗ, ମ୍ରିୟମାଣରେ ଭାରତୀୟ ସଙ୍ଗୀତ ଜଗତ

ଗତକାଲି କୋଲାତାର ‘ନଜ୍‌ରୁଲ୍‌ ମଞ୍ଚ ଅଡିଟରିୟମ୍‌’ରେ କନ୍‌ସର୍ଟ ଶେଷ ହେବା ପରେ କେକେ ରାତ୍ରୀଯାପନ କରିବା ପାଇଁ ହୋଟେଲକୁ ଯାଇଥିଲେ, ସେଠାରେ ସେ ପଡ଼ିଯାଇ ଚେତା ହରାଇ ପଡ଼ିଯାଇଥିଲେ । ମୃତ ଅବସ୍ଥାରେ ଗାୟକ କେକେଙ୍କୁ ଡାକ୍ତରଖାନା ଅଣାଯାଇଥିବା କଥା ସିଏମ୍‌ଆରଆଇ ହସ୍ପିଟାଲର ଡାକ୍ତର କହିଛନ୍ତି ।

ଲୋକପ୍ରିୟ ଗାୟକ କେକେଙ୍କ ବିୟୋଗ, ମ୍ରିୟମାଣରେ ଭାରତୀୟ ସଙ୍ଗୀତ ଜଗତ

୧୯୯୦ ଦଶକ ଶେଷ ଭାଗରେ ତାଙ୍କର ଗୀତ ସଙ୍ଗୀତପ୍ରେମୀଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ୧୯୯୯ ମସିହାରେ ତାଙ୍କର ସର୍ବପ୍ରଥମ ଆଲ୍‌ବମ୍‌ ‘ପଲ୍‌’ ମୁକ୍ତଲାଭ କରିଥିଲା । କେକେଙ୍କ ଏହି ସଙ୍ଗୀତ ସେହି ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଆଦୃତ ଲାଭ କରିଥିଲା । ଏହାପରେ, ୨୦୦୦ ମସିହା ପ୍ରାରମ୍ଭରୁ ସେ ପ୍ରଚ୍ଛଦପଟ୍ଟ ଗାୟକ କ୍ୟାରିଅର୍‌ ଆରମ୍ଭ କରି ସେ ବଲିଉଡ୍‌ ଚଳଚ୍ଚିତ୍ର ଅନେକ ଗୀତ ଗାଇ ସଙ୍ଗୀତପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।

ଲୋକପ୍ରିୟ ଗାୟକ କେକେଙ୍କ ବିୟୋଗ, ମ୍ରିୟମାଣରେ ଭାରତୀୟ ସଙ୍ଗୀତ ଜଗତ

ହିନ୍ଦୀ ଭାଷା ସମେତ ସେ ତାମିଲ୍‌, ତେଲୁଗୁ, କନ୍ନଡ଼, ମାଲୟଲମ, ମରାଠୀ ଏବଂ ବଙ୍ଗଳା ଆଦି ଭାଷାରେ ମଧ୍ୟ ଗୀତ ଗାଇଛନ୍ତି । ତାଙ୍କର ‘ତୁ ହି ମେରି ସବ୍‌ ହେ’ , ‘ଆୱାରାପନ୍‌ ବଞ୍ଜାରପନ୍‌’ , ‘ଖୁଦା ଜାନେ’, ‘ତଡପ୍‌ ତଡପ୍‌ କୈ ଇସ୍‌ ଦିଲ୍‌ ସେ’ ଆଦି ଲୋକପ୍ରିୟ ଗୀତ ଏପର୍ଯ୍ୟନ୍ତ ଯୁବପିଢ଼ିଙ୍କୁ ଅକର୍ଷିତ କରୁଛି । ତାଙ୍କର ଗୀତ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବେଶ୍‌ ଲୋକପ୍ରିୟ ରହିଛି ଏବଂ ଆଗକୁ ମଧ୍ୟ ରହିବ ।

Launching Ceremony of “AYUSHMAN BHARAT

Comments are closed.