ଭୁବନେଶ୍ୱର: ମେ ୩୦: ଦକ୍ଷିଣ ଓ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛିି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଏହାହସିତ ସେହି ୧୦ଟି ଜିଲ୍ଲାରେ ୟୋଲୋୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ ବର୍ଷା ଲାଗି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି ।
ଅନ୍ୟପକ୍ଷରେ, ଆଜି ଭୁବନେଶ୍ୱର ସମେତ କେତେକ ରାଜ୍ୟରେ ପାଣିପାଗ କୋହଲା ରହିଥିଲା ବେଳେ ଗତକାଲି ଅତିଶୟ ଗରମ ଅନୁଭୂତ ହୋଇଥିଲା ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତକାଲି ୧୭ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ଏସହିତ ୮ ଟି ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଥଲା ।

Comments are closed.