ଗୟା: ମେ ୨୭: ବୁଧବାର ଦିନ ଲୁଟୁଆ ଥାନା ଅନ୍ତର୍ଗତ ବାବୁରାମହଡ଼ିହ ଅଞ୍ଚଳର ବାଙ୍କେବଜାରରୁ କୁଖ୍ୟାତ ନକ୍ସଲ୍ କମାଣ୍ଡର୍ ସନ୍ଦୀପ ଯାଦବଙ୍କ ମୃତଦେହ ନିରାପତ୍ତା ବଳ ଅଧିକାରୀମାନେ ଜବତ କରିଥିଲେ । ତେବେ ଗତକାଲି ଅଧିକାରୀମାନେ ସନ୍ଦୀପଙ୍କ ମୃତୁ୍ୟ ଖବର ସୁନିଶ୍ଚିତ କରିଥିଲେ । ରହସ୍ୟମୟ ଭାବେ ସନ୍ଦୀପଙ୍କ ମରଶରୀର ମିଳିଛି । ତାଙ୍କ ମୃତ ଦେହ ଗୟାକୁ କେମିତି ଆସିଲା ଓ ତାଙ୍କୁ କିଏ ହତ୍ୟା କଲା ସେ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି ।
ଏନେଇ ଗୟାର ବରିଷ୍ଠ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ ହରପ୍ରୀତ୍ କୌର କହିଛନ୍ତି ଯେ, ସନ୍ଦୀପଙ୍କୁ ଧରିବା କିମ୍ବାା ମାରିବା ପାଇଁ ବିଭିନ୍ନ ରାଜ୍ୟ ସରକାର ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ପୁରସ୍କାର ଘୋଷିତ କରିଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳବା ପରେ ମୃତୁ୍ୟର କାରଣ ଜଣାପଡ଼ିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ , ଜଣେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇ ଗୟାସ୍ଥିତ ଅନୁଗ୍ରହ ନାରାୟଣ ମେଡିକାଲ୍ କଲେଜରେ ସନ୍ଦୀପଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି ।
ସୂଚନା ଥାଉଯେ, ବିଗତ ୨୫ ବର୍ଷ ଧରି ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ସନ୍ଦୀପ ସକ୍ରିୟ ଥିଲେ । ବିହାର ଓ ଝାଡ଼ଖଣ୍ଡ ସମେତ ୬ଟି ରାଜ୍ୟରେ ତାଙ୍କ ନାମରେ ୫୦୦ଟି ମାମଲା ରହିଛି । ତାଙ୍କୁ ଧରିବା କିମ୍ବା ମାରିବା ପାଇଁ ବିଭିନ୍ନ ରାଜ୍ୟ ସରକାରମାନେ ୮୩ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ । ସେ ବିହାର-ଝାଡ଼ଖଣ୍ଡ ସ୍ପେସାଲ୍ ଏରିଆ କମିଟି ଦାୟିତ୍ୱରେ ଥିଲେ ବୋଲି ବିଶ୍ୱାସ କରାଯାଏ ।
Comments are closed.