ପଶ୍ଚିମବଙ୍ଗ: ମଇ ୨୭: ପଶ୍ଚିମବଙ୍ଗରେ ଲାଗୁ ହେଲା ନୂଆ ନିୟମ । ଏଣିକି ରାଜ୍ୟପାଳଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ହେବେ ବିଶ୍ୱବିଦ୍ୟାଳୟର କୁଳାଧିପତି । ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପାରିତ ହୋଇଛି । ରାଜ୍ୟ ଶିକ୍ଷାମନ୍ତ୍ରୀ ବ୍ରତ୍ୟା ବାସୁ ଏହି ସୂଚନା ଦେଇଛନ୍ତି । ରାଜ୍ୟ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ କ୍ୟାବିନେଟରେ ବିଲ୍ ପାସ୍ ହୋଇଛି । ପରବର୍ତ୍ତୀ ସମୟରେ ବିଧାନସଭାରେ ଆଇନରେ ସଂଶୋଧନ କରି ଏହାକୁ କାର୍ଯ୍ୟକାରୀ କରାଯିବ । ସୂଚନା ଅନୁସାରେ, ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଦୀର୍ଘଦିନ ହେଲା କ୍ଷମତାକୁ ନେଇ କଳି ଲାଗି ରହିଛି । ରାଜଭବନର ବିନା ଅନୁମତି ଏବଂ ବିନା ଆଲୋଚନାରେ ସରକାରୀ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ଦିଆଯାଉଥିବା ନେଇ ଅସନ୍ତୋଷ ପ୍ରକାଶ ପରେ ମମତା ସରକାର ଏଭଳି ବଡ଼ ନେଇଛନ୍ତି । ତେବେ କିଛି ଦିନ ପୂର୍ବରୁ ବିଶ୍ୱବିଦ୍ୟାଳୟଗୁଡିକର କୂଳପତିଙ୍କ ନିଯୁକ୍ତି ପାଇଁ ପଶ୍ଚିମବଙ୍ଗ ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ସେହିସମୟରେ ଧନକର ରାଜ୍ୟ ସରକାରଙ୍କ ବିନା ସହମତିରେ ଅନେକ କୁଳପତିମାନଙ୍କୁ ନିଯୁକ୍ତି ଦେଇଥିବାର ଅଭିଯୋଗ ହୋଇଥିଲା । ତେଣୁ ରାଜ୍ୟପାଳଙ୍କ କ୍ଷମତା ତଥା ପାୱାରକୁ ହ ୍ରାସ କରିବା ପାଇଁ ମମତା ସରକାର ଏହି ବଡ଼ ନିଷ୍ପତ୍ତି ନେଇଥିବାର ସୂଚନା ମିଳିଛି ।
Comments are closed.