ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ ଘୋଷଣା ହେବା ପରଠୁ ହିଁ ବି-ଟାଉନ ଗଳିରେ ଚର୍ଚ୍ଚା ହେଉଛି । ପ୍ରତିଦିନ ଷ୍ଟାର କାଷ୍ଟ କିମ୍ବା ଅନ୍ୟ ଅପଡେଟ୍କୁ ନେଇ ନୂଆ ନୂଆ ଖବର ଆସିବାରେ ଲାଗିଛି । ନିକଟରେ ଖବର ଆସିଥିଲା ଯେ ସଲମାନ ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କୁ ଫିଲ୍ମରୁ ବାହାର କରିଛନ୍ତି । ଏହା ବି ଶୁଣାଯାଉଛି ଯେ ନିର୍ଦ୍ଦେଶକ ଫରହାଦ ସାମଜୀଙ୍କ ସହ ମତଭେଦ କାରଣରୁ ସଲମାନ ନିର୍ଦ୍ଦେଶନାର ଦାୟିତ୍ୱ ନିଜ ହାତକୁ ନେଇଥିଲେ ।

ଏଥିସହ ଏହାକୁ ପ୍ୟାନ୍ ଇଣ୍ଡିଆ ଫିଲ୍ମ କରିବାକୁ ଯୋଜନା କରାଯାଉଛି ବୋଲି ସୂଚନା ମିଳିଛି । ତେଣୁ ସଲମାନ ଖାନ ଫିଲ୍ମରେ ସାଉଥ୍ ଷ୍ଟାରଙ୍କୁ କାଷ୍ଟ କରିବା ପାଇଁ ପ୍ରୟାସ ଚଲାଇଛନ୍ତି । ବର୍ଷିଆନ ଅଭିନେତା ଭେଙ୍କଟେଶ୍ ଏବଂ ଅଭିନେତ୍ରୀ ପୂଜା ହେଗେଡ଼ଙ୍କ ପରେ ଲୋକପ୍ରିୟ ତେଲୁଗୁ କଳାକାର ଜଗପତି ବାବୁଙ୍କୁ ଅଫର୍ କରାଯାଇଛି । ସେ ଆଗାମୀ ମାସରେ ଦବଙ୍ଗ ଖାନଙ୍କ ସହ ସୁଟିଂ ଆରମ୍ଭ କରିବେ । ସେହିପରି ଆଉ ଜଣେ ଜଣାଶୁଣା ସାଉଥ୍ ଅଭିନେତ୍ରୀଙ୍କ ମଧ୍ୟ ଫିଲ୍ମରେ ଏଣ୍ଟ୍ରି ହୋଇଛି । ରିପୋର୍ଟ ଅନୁସାରେ ମାଳବିକା ଶର୍ମାଙ୍କୁ ଲିଡ୍ ରୋଲ୍ ପାଇଁ ଚୟନ କରାଯାଇଛି ।

ଏହି ଫିଲ୍ମରେ ମାଳବିକା ଶର୍ମାଙ୍କୁ ସିଦ୍ଧାର୍ଥ ନିଗମଙ୍କ ସହ ପେୟାର କରାଯାଇଛି ଏବଂ ଅଭିନେତ୍ରୀ ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ କରିବେ । ତେବେ ମାଳବିକା ଏହି ଫିଲ୍ମରୁ ହିଁ ବଲିଉଡ୍ ଡେବୁ୍ୟ କରିବାକୁ ଯାଉଛନ୍ତି । ତେବେ ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲି ଘୋଷଣା ହୋଇନାହିଁ । ୨୦୧୮ରେ ତେଲୁଗୁ ଫିଲ୍ମ ନେଲା ଟିକେଟ୍ରୁ ତାଙ୍କ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । କଭି ଇଦ୍ କଭି ଦିୱାଲୀ ଏକ ସୋସିଆଲ କମେଡି ଡ୍ରାମା ଫିଲ୍ମ । ଫିଲ୍ମଟି ଚଳିତ ବର୍ଷ ସଲମାନ ଖାନଙ୍କ ଜନ୍ମଦିନର ୩ ଦିନ ପରେ ତଥା ୩୦ ଡିସେମ୍ବରରେ ମୁକ୍ତିଲାଭ କରିବ ।

Comments are closed.