ଦର୍ଶକଙ୍କ ମନ ଜିଣୁଛି ‘ପଞ୍ଚାୟତ’

ବର୍ଷ ୨୦୨୦ରେ କୋଭିଡ ମହାମାରୀର ଲକ୍‌ଡାଉନରେ ସିନେ ଦର୍ଶକ ‘ପଞ୍ଚାୟତ’ େୱବସିରିଜ୍‌ ମାଧ୍ୟମରେ ଗାଁ ପରିଦର୍ଶନ କରିଥିଲେ । ଗାଁର ପ୍ରକୃତ ଛବି, ସରଳ ଜୀବନଯାପନ ଓ ରାଜନୀତିକୁ ଏକ ଭିନ୍ନଶୈଳୀ ସହ ହାସ୍ୟକାରରେ ଦର୍ଶକଙ୍କ ସାମ୍ନାକୁ ଅଣାଯାଇଥିଲା, ଯାହା ବେଶ୍‌ ପ୍ରଭାବଶୀଳ େୱବସିରିଜ୍‌ ଥିଲା । ଆମାଜନ ପ୍ରାଇମରେ ରିଲିଜ୍‌ ଏହି ପଞ୍ଚାୟତ ସିରିଜ୍‌ ବିନା କୌଣସି ବଡ଼ ଷ୍ଟାର ଏବଂ କମ୍‌ ବଜେଟ୍‌ରେ ପ୍ରସ୍ତୁତ କରାଯାଇଥିବା ସତ୍ତେ୍ୱ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ଛାପ ଛାଡ଼ିଥିଲା ।

 ଦର୍ଶକଙ୍କ ମନ ଜିଣୁଛି ‘ପଞ୍ଚାୟତ’

ଖାସ୍‌ କରି ସିରିଜ୍‌ରେ ଜିତେନ୍ଦ୍ର କୁମାର, ରଘୁବୀର ଯାଦବ, ନୀନା ଗୁପ୍ତା ଏବଂ ଚନ୍ଦନ ରାୟଙ୍କ ଯୋଡ଼ି ଗତ ଥର କମାଲ କରିଥିଲା । ଆଉ ବର୍ତ୍ତମାନ ଫୁଣି ଥରେ ସେହି ୍‌ସ୍ୱାଦ କିନ୍ତୁ ଏକ ନୂଆ ସ୍ୱାଗ ସହ ଏହାର ସିଜନ ୨ ମୁକ୍ତିଲାଭ କରିଛି । ସିଜନ ୧ ପରି ସିଜନ ୨ ମଧ୍ୟ ଦର୍ଶକଙ୍କୁ ହୃଦୟ ଜିତିବାରେ ଲାଗିଛି । ସିରିଜ୍‌ରେ ଦ୍ୱିତୀୟ ସଂସ୍କରଣକୁ ଗତ ୨ ବର୍ଷ ଧରି ପ୍ରତୀକ୍ଷା କରିଥିବା ପ୍ରଶଂସକଙ୍କ ଭରସାକୁ ଜିତିବାରେ ସକ୍ଷମ ହୋଇଛି ପଞ୍ଚାୟତ ୨ । ସୋସିଆଲ ମିଡିଆରେ ମଧ୍ୟ ଏହି େୱବସିରିଜ୍‌ ଚର୍ଚ୍ଚା, ପ୍ରଶଂସା ସାଉଁଟିବାରେ ଲାଗିଛି । ପ୍ରଥମ ସିରିଜ୍‌ରେ ନଜର ଆସିଥିବା ସେହି ପୁରୁଣା କାଷ୍ଟ ସହ ଚଳିତ ସିଜନରେ ଅଭିନେତ୍ରୀ ସାନ୍ୱିକା ରିଙ୍କି ରୋଲ୍‌ରେ ଅଭିନୟ କରିଛନ୍ତି ।

 ଦର୍ଶକଙ୍କ ମନ ଜିଣୁଛି ‘ପଞ୍ଚାୟତ’

ପ୍ରଥମ ସିଜନରେ ସାନ୍ୱିକାଙ୍କ ଏକ ଝଲକ ଦେଖାଯାଇଥିଲା, ହେଲେ ପଞ୍ଚାୟତ ୨ରେ ତାଙ୍କର ଦମଦାର ରୋଲ୍‌ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । କାରଣ ଦ୍ୱିତୀୟ ସିଜନ ରିଙ୍କିଙ୍କ ଏଣ୍ଟ୍ରିରୁ ଆରମ୍ଭ ହୋଇଛି । ସେପଟେ ସାଧାରଣ ଗାଁର ଏକ ଝିଅ ଭାବେ ସାନ୍ୱିକାଙ୍କ ଭୂମିକାକୁ ସମୀକ୍ଷକମାନେ ପସନ୍ଦ କରିଥିବା ବେଳେ ତାଙ୍କର ପ୍ରଶଂସକମାନେ ନୂଆ କ୍ରଶ୍‌ ଭାବେ ବିବେଚନା କରିସାରିଲେଣି । ଗାଁର ସମସ୍ୟାକୁ କିପରି ଗାଁଲୋକମାନେ ମିଳିମିଶି ସମାଧାନ କରୁଛନ୍ତି, ତାହା ଏହି ସିରିଜ୍‌ରେ ଦେଖିବାକୁ ମିଳିଛି । ସେହିପରି ରଘୁବୀର ଯାଦବ, ଜିତେନ୍ଦ୍ର କୁମାର, ନୀନା ଗୁପ୍ତାଙ୍କ ଅଭିନୟ କାହାଣୀକୁ ଜୀବିତ କରିଛି । ସହକଳାକାର ଭାବେ ଦୁଗ୍ରେଶ କୁମାର, ପଙ୍କଜ ଝା, ଚନ୍ଦନ ରାୟ ଏବଂ ଫୈସଲଙ୍କ କାମ ମଧ୍ୟ ପ୍ରଭାବଶାଳୀ ରହିଛି । ମୋଟ ଉପରେ ଏହା ଏକ ପାରିବାରିକ ଶୋ’, ଯାହାକୁ ସମସ୍ତେ ମିଳିତ ଭାବେ ଉପଭୋଗ କରିପାରିବେ ।

Comments are closed.