ଦିଲ୍ଲୀ: ମେ ୨୩: ଦୁଇ ଦିନ ପୂର୍ବରୁ ସରକାରଙ୍କ ତରଫରୁ ପେଟ୍ରୋଲ-ଡିଜେଲ ଦର ହ୍ରାସ କରାଯାଇଲା ବେଳେ ଆଜି ଖାଇବା ତେଲ ଦର ହ୍ରାସ କରାଯାଇଛି । ଖାଇବା ତେଲ ମଧ୍ୟରେ ସୋରିଷ ତେଲ ଦର ହ ୍ରାସ ହୋଇଛି ।
ଗତ ସପ୍ତାହରେ ଅଧିକାଂଶ ତୈଳବିଜ ମୂଲ୍ୟରେ ହ ୍ରାସ ଦେଖିବାକୁ ମିଳିଥିଲା । ଏହା ପ୍ରଭାବରେ ସୋରିଷ ତେଲ ମୂଲ୍ୟ ୪୦ଟଙ୍କା ଯାଏଁ ଶସ୍ତା ହୋଇଛି । ଏହା ଖାଇବା ତେଲ ଦରରେ ବଡ ହ ୍ରାସ ବୋଲି ବିବେଚନା କରାଯାଉଛି ।
ସୂଚନା ଅନୁସାରେ ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ସୋରିଷ ତେଲ ମୂଲ୍ୟ ୧୦୦ ଟଙ୍କା ହ ୍ରାସ ପାଇ ୭,୫୧୫-୭,୫୬୫ ଟଙ୍କା ପ୍ରତି କ୍ୱିଣ୍ଟାଲରେ ପହଞ୍ଚିଯାଇଛି । ଏହାଦ୍ୱାରା ସୋରିଷ ଦାଦରୀ ତେଲ ୨୫୦ ଟଙ୍କା ହ ୍ରାସ ପାଇ ୧୫,୦୫୦ ଟଙ୍କା ପ୍ରତି କ୍ୱିଣ୍ଟାଲରେ ବନ୍ଦ ହୋଇଥିଲା ।
ସେହିଭଳି ସୋରିଷ ପକି ଘାନି ଏବଂ କଚ୍ଚି ଘାନି ତେଲ ମୂଲ୍ୟ କ୍ରମଶଃ ୪୦-୪୦ ଟଙ୍କା ହ ୍ରାସ ପାଇ ୨,୩୬୫-୨,୪୪୫ ଏବଂ ୨,୪୦୫-୨୫୧୫ ଟଙ୍କା ପ୍ରତି ଟିଣ (୧୫ କିଲୋ)ରେ ବନ୍ଦ ହୋଇଛି ।
ବୈଦେଶିକ ବଜାରରେ ବୃଦ୍ଧି ସତ୍ତେ୍ୱ ସୋୟାବିନ ଦାନା ଏବଂ ସୋୟାବିନ ଲୁଜ୍ର ମୂଲ୍ୟରେ ମଧ୍ୟ ହ ୍ରାସ ଘଟିଛି । ଏହା ୭,୦୨୫-୭,୧୨୫ ଟଙ୍କା (ସୋୟାବିନ ଦାନା) ଏବଂ ୬,୭୨୫-୬,୮୨୫ ଟଙ୍କା ପ୍ରତି କ୍ୱିଣ୍ଟାଲ (ସୋୟାବିନ ଲୁଜ୍)ରେ ବନ୍ଦ ହୋଇଛି । ବାଦାମ ରିଫାଇନ୍ ଦାମ୍ ମଧ୍ୟ ୨୫ ଟଙ୍କା ହ ୍ରାସ ପାଇ ୨,୬୨୫-୨,୮୧୫ ଟଙ୍କା ପ୍ରତି ଟିଣ ବନ୍ଦ ହୋଇଛି ।
ଗତ ସପ୍ତାହରେ ବୈଦେଶିକ ବଜାରରେ ମୂଲ୍ୟ ବୃଦ୍ଧି ଯୋଗୁଁ ଅଶୋଧିତ ପାମ୍ ତେଲ ଦାମ୍ ମଧ୍ୟ ୫୦୦ଟଙ୍କା ହ ୍ରାସ ପାଇ ୧୪,୮୫୦ ଟଙ୍କା ପ୍ରତି କ୍ୱିଣ୍ଟାଲ, ପାମୋଲିନ୍ ଦିଲ୍ଲୀ ମୂଲ୍ୟ ୬୦୦ ଟଙ୍କା ହ ୍ରାସ ପାଇ ୧୬,୩୫୦ ଟଙ୍କା ଏବଂ ପାମୋଲିନ୍ କାଣ୍ଡଲା ମୂଲ୍ୟ ୫୨୦ ଟଙ୍କା ହ ୍ରାସ ପାଇ ୧୫,୨୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ ବନ୍ଦ ହୋଇଛି ।
Comments are closed.