ଝାରସୁଗୁଡ଼ା : ବ୍ରଜରାଜନଗର ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ତିନି ପ୍ରମୁଖ ଦଳର ପ୍ରଚାର ସେତେେ ବଢ଼ିଚାଲିଛି । ଏବେ ସେହି ଆସନରେ କିଏ ବିଜେତା ହେବ ବୋଲି ରାଜ୍ୟବାସୀଙ୍କ ନଜର ରହିଛି । ଏହି ପରିପ୍ରେକ୍ଷୀରେ, ବିଜେଡି ଦଳ ବ୍ରଜରାଜନଗର ପୌରାଞ୍ଚଳ ଗୋଲ୍ ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ଇଏସ୍ଆଇ ଛକରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରଛି ।
ଏହା ସହିତ ବ୍ରଜରାଜନଗର ମ୍ୟୁନିସିପାଲିଟିରେ ବିଜୁ ଜନତା ଦଳ କେନ୍ଦ୍ରୀୟ କାର୍ଯ୍ୟାଳୟ ଉଦଘାଟନ କରି ବ୍ରଜରାଜନଗର ବିଧାୟକ ସ୍ୱର୍ଗତ କିଶୋର ମାହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି, ସେବା, ବିକାଶ ଓ ସୁଶାସନ ପାଇଁ ସାଢ଼େ ୪ କୋଟି ଓଡ଼ିଆଙ୍କ ପ୍ରିୟ ନେତା ହୋଇଛନ୍ତି । ତେଣୁ ଏହି ବିକାଶ ଧାରାକୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବଜାୟ ରଖିବା ପାଇଁ ଉପନିର୍ବାଚନରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିପୁଳ ପରିମାଣର ଭୋଟ ଦେଇ ଜୟଯୁକ୍ତ କରା;ୁ ବୋଲି କୁହାଯାଇଥିଲା ।
ଉକ୍ତ ନିର୍ବାଚନ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟିକା ସେହ୍ନାଗିନି ଛୁରିଆ, ଅପିକଲ ଅଧ୍ୟକ୍ଷ ପ୍ରଭାତ ଅଦିତ୍ୟ ମିଶ୍ର, ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ, ରାଜ୍ୟ ବିଜୁ ଜନତା ଦଳ ସମ୍ପାଦକ ସଞ୍ଜିତ ମହାନ୍ତି, ବ୍ରଜରାଜନଗର ପୌରାଧ୍ୟକ୍ଷା, ଉପାଧ୍ୟକ୍ଷ, ପୂର୍ବତନ ପୌରାଧ୍ୟକ୍ଷ, କାଉନସିଲର, ଜିଲ୍ଲା ସାଧାରଣ ସମ୍ପାଦକ, ସମ୍ପାଦକ, ଜିଲ୍ଲା ମହିଳା ସଭାପତି, ଜୋନ୍ ଛାତ୍ର ସଭାପତି, ନଗର ସଭାପତି ଓ ମହିଳା ସଭାପତି ଏବଂ ବହୁ ବିଜୁ ପ୍ରେମୀମାନେ ଉପସ୍ଥିତ ଥିଲେ ।

Comments are closed.