ପୋଲିସ ଉପରେ ଆକ୍ରମଣ ଘଟଣା: ମାଟିଖାଲ ଗାଁ ପୁରୁଷ ଶୂନ୍ୟ

ମାଲକାନଗିିରି/କୋରାପୁଟ,(ସବୁ୍ୟ): ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗାଁରେ ଗତ ଶୁକ୍ରବାର ପୋଲିସ ଉପରେ ଗ୍ରାମବାସୀଙ୍କ ଆକ୍ରମଣକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ପୋଲିସକୁ ମାଡ଼ ମାରିବା ଘଟଣାରେ ମାଟିଖାଲ ଗାଁରେ ପୁଲିସ ଟିମ୍‌ ଛାଉଣି କରାଯାଇଛି । କି;ୁ ଏବେ ଗାଁରେ ଆଉ ପୁରୁଷ ନାହାନ୍ତି ।

ପୋଲିସ ଉପରେ ଆକ୍ରମଣ ଘଟଣା: ମାଟିଖାଲ ଗାଁ ପୁରୁଷ ଶୂନ୍ୟ

କୋରାପୁଟ, ଲମତାପୁଟ ଏବଂ ମାଛକୁଣ୍ଡର ୫ପ୍ଲାଟୁନ ପୋଲିସ ମିଳିତ ଭାବେ ଚଢାଉ ବେଳେ ମଟିଖାଲ ଗାଁ ପୁରୁଷଶୂନ୍ୟ ହୋଇଯାଇଛି । କି;ୁ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ । ପୋଲିସ ଧନୁ, ତୀର, ଟାଙ୍ଗିଆ ଏବଂ କିଛି ମାରଣାସ୍ତ୍ର ଜବତ କରିଛି । ପୋଲିସକୁ ସୂଚନା ମିଳିଥିଲା ଯେ, କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗ୍ରାମରୁ କିଛି ଲୋକ କାଉଡିରେ ଗଞ୍ଜେଇ ଲଦି ଖଇରପୁଟ ବ୍ଲକର ମାଡ଼କାପଦର ଗ୍ରାମ ଦେଇ ପଡୋଶୀ ଛତିଶଗଡକୁ ଚାଲାଣ କରିବେ । ତୁରନ୍ତ ମାଥିଲି ପୋଲିସ , ଗୋବିନ୍ଦପାଲୀ ପୋଲିସ ଏବଂ ମାଲକାନଗିରି ପୋଲିସର ପ୍ରାୟ ୩୦ ଜଣିଆ ଏକ ଟିମ ଗଠନ କରାଯାଇ ରାତି ପ୍ରାୟ ୮ଟା ସମୟରେ ଅପରେସନ ଗଞ୍ଜେଇ ଆରମ୍ଭ ହେଲା । ସବୁ ପୋଲିସ କର୍ମଚାରୀ ବାଇକ ଯୋଗେ କୋରାପୁଟ ଏବଂ ମାଲକାନଗିରି ସୀମାନ୍ତରେ ଥିବା ମାଟିଖାଲ ଗ୍ରାମ ନିକଟରେ ପହଞ୍ଚିବା ପରେ କିଛି ସମୟ ସେଠାରେ ଅଟକିବା ପରେ ଗାଁ ଭିତରେ ପଶିଥିଲେ । ସେତେବେଳେ ପ୍ରାୟ ସାଢେ ନଅଟା ହୋଇଥିବ ।

ଗାଁରେ ପଶି ପୋଲିସ ଘରେ ଘରେ ଗଞ୍ଜେଇ ସର୍ଚ୍ଚ କରିଥିଲେ । ଗାଁର ଗୋଟିଏ ପଟେ ବିବାହ ଚାଲିଥିବା ବେଳେ ଗାଁର ପୁରୁଷମାନେ ଭାଲିଆ ବାଡକୁ ଜଗିବାକୁ ଯାଇଥିଲେ । ତେବେ ପୋଲିସର ଏହି ଚଢାଉରେ ମହିଳାମାନେ ପାଟିତୁଣ୍ଡ କରିଥିଲେ । ଏହି ସମୟରେ ଗାଁର ସମସ୍ତ ପୁରୁଷ ଏକତ୍ର ହୋଇ ପୋଲିସ ଉପରେ ଆକ୍ରମଣ କରିଥିଲେ । ପୁଲିସ ଗ୍ରାମବାସୀଙ୍କ ଏଭଲି ଅଚାନକ ଆକ୍ରମଣରେ ପ୍ରସ୍ତୁତ ନଥିଲେ । ତୁରନ୍ତ ଏଣେତେଣେ ଦୌଡିବାକୁ ଲାଗିଲେ । ତେବେ ସେମାନଙ୍କ ମଧ୍ୟରୁ କିଛି ପୋଲିସ ଗ୍ରାମବାସୀଙ୍କ କବଜାରେ ପଡିଯାଇଥିଲେ । ଗ୍ରାମବାସୀଙ୍କ ନିର୍ଦ୍ଧୁମ ମାଡ଼ରେ ପ୍ରଦୀପ ନାୟକ ନାମକ କନେଷ୍ଟବଲ ଗୁରୁତର ଆହତ ହୋଇଥିଲେ । ଅନ୍ୟ ୬ ଜଣ ମଧ୍ୟ ସାମାନ୍ୟ ଆହତ ହୋଇଥବା ଜଣାପଡିଛି । କାରଣ ଗ୍ରାମବାସୀ ପଥର ଫିଙ୍ଗି ପୋଲିସକୁ ଆହତ କରୁଥିଲେ । ଗ୍ରାମବାସୀ ଧନୁତୀର ମଧ୍ୟ ଧରିଥିଲେ । କି;ୁ ଏହାକୁ ସେମାନେ ପ୍ରୟୋଗ କରିନଥିଲେ । ପୋଲିସ ପ୍ରାଣ ବିକଳରେ ଏଣେତେଣେ ଦୌଡି ନିଜର ଜୀବନ ବଞ୍ଚାଇଥିଲେ ।

ପୋଲିସ ଉପରେ ଆକ୍ରମଣ ଘଟଣା: ମାଟିଖାଲ ଗାଁ ପୁରୁଷ ଶୂନ୍ୟ

ତେବେ ଗଞ୍ଜେଇ ଧରିହାକୁ ଯାଇ ମାଲକନଗିରି ପୋଲିସ ହଟହଟା ହେବା ପରେ ଜିଲ୍ଲାରେ ଏବେ ପୋଲିସର ଏଭଳି ଚଢାଉକୁ ନାପସନ୍ଦ କରିଛନ୍ତି । ପୋଲିସ ଗାଁରେ ପଶି ରାତି ଅଧରେ ଚଢଉ କରିବା କେତେ ଯୁକ୍ତିଯୁକ୍ତ ବୋଲି ସ୍ଥାନୀୟ ଲୋକେ ଏବେ ପୁଲିସ ଉପରେ ଅଙ୍ଗୁଳି ଉଠାଉଛନ୍ତି । ଏନେଇ ମାଥିଲି ପୋଲିସ ଆଇଆଇସି ଏସ ନାୟକଙ୍କୁ ପଚାରିବାରୁ ଗଞ୍ଜେଇ ଧରପଗଡ ପାଇଁ ଯାଇଥିବା ସ୍ୱୀକାର କରିଥିଲେ । ତେବେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେବା ମଧ୍ୟ କହିଥିଲେ । ମାଥିଲି ଥାନାର କନେଷ୍ଟବଲ ପ୍ରଦୀପ ନାୟକ ଗୁରୁତର ଆହତ ହୋଇଥିବା ସ୍ୱୀକାର କରିଥିଲେ । ପ୍ରକାଶ ଥାଉକି ଏହା ପୂର୍ବରୁ ଗତ ତିନି ବର୍ଷ ତଳେ ଗଂଜେଇ କାଉଡିଆଙ୍କୁ ଧରିବାକୁ ଯାଇ ଜଣେ ହୋମଗାର୍ଡର ଜୀବନ ଚାଲିଯାଇଥିଲା । ଏଥିରୁ ପୁଲିସ ଶିକ୍ଷା ନେବା କଥା । କି;ୁ ପୁଣି କାଉଡିଆଙ୍କୁ ଧରିବାକୁ ଯାଇ ହଟହଟା ହେବା ଏବଂ କୌଣସି ଅଘଟଣ ଘଟିଥିଲେ କିଏ ଦାୟୀ ହୋଇଥାନ୍ତା ବୋଲି ଆଲୋଚନା ଜୋର ଧରିଛି ।

Govt

Comments are closed.