ଭୁବନେଶ୍ୱର: ମଇ ୧୪: ପୁଣି ଚର୍ଚ୍ଚାରେ ରାଣୀ ପଣ୍ଡା । ସବୁବେଳେ ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କି;ୁ ରାଣୀ ବର୍ତ୍ତମାନ ଅନ୍ୟ କିଛି କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ୍ ମିଡିଆରେ ରାଣୀ ପଣ୍ଡାଙ୍କ ଏକ ରିଲ୍ ଖୁବ ଭାଇରାଲ ହେଉଛି । ଭିଡିଓରେ ରାଣୀ ପଣ୍ଡାଙ୍କ ଡ୍ୟାନ୍ସ ଓ ଅଭିନୟକୁ ନେଇ ଯେତିକି ଚର୍ଚ୍ଚା ହେଉନି, ତାଠୁ ଭିଡିଓରେ ଲେଖାଥିବା କ୍ୟା«ନକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଗୀତର କ୍ୟାପସନରେ ସେ ଲେଖିଛନ୍ତି ମୁଁ ଝିଅ ନୁହେଁ କି ଉର୍ବଶୀ ନୁହେଁ.. ମୁଁ ରାଣୀ ପଣ୍ଡା । ଯାହାକୁ ନେଇ ଫ୍ୟାନ୍ସମାନେ ବେଶ୍ ଅଧିକ ଚର୍ଚ୍ଚା କରୁଛନ୍ତି । ତାଙ୍କର ଏହି ଭିଡିଓର ଜବରଦସ୍ତ ଲାଇକ୍ ସହ ଖୁବ୍ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି ଫ୍ୟାନ୍ସ । ତେବେ ଅଲିଉଡ୍ ଇଣ୍ଡଷ୍ଟ୍ରିର କଣ୍ଟ୍ରୋଭର୍ସି କ୍ୟୁନ୍ ବର୍ତ୍ତମାନ ନିଜର ଚର୍ଚ୍ଚାକୁ ନେଇ ବେଶ୍ ଖୁସି ଥିବା କହିଛନ୍ତି । ତାଙ୍କର କହିବାର କଥା ମୁଁ କେବଳ ସତ କୁହେ । ଲୋକଙ୍କୁ ଏହା ଭଲ ଲାଗୁ ବା ନଲାଗୁ ମୋ ମନ ଯାହା ହୁଏ ମୁଁ ତାହା କରେ । ସେଥିପାଇଁ ବୋଧେ ଲୋକ ମୋର ଏଇ ଅନ୍ଦାଜକୁ ପସନ୍ଦ କରନ୍ତି ।

Comments are closed.