ମାନୁଷୀଙ୍କ ସ୍ୱପ୍ନ ପୂରଣ ହେଲା

ସୁପରଷ୍ଟାର ଅକ୍ଷୟ କୁମାର ଏବଂ ବଲିଉଡ୍‌ରେ ଡେବୁ୍ୟ କରିବାକୁ ଯାଉଥିବା ବ୍ରହ୍ମାଣ୍ଡ ସìନ୍ଦରୀ ମାନୁଷୀ ଛିଲ୍ଲର ୟଶରାଜ ଫିଲ୍ମସର ପ୍ରଥମ ଐତିହାସିକ ଫିଲ୍ମ ‘ପୃଥ୍ୱୀରାଜ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ଚୌହାନ ବଂଶର ମହାନ ରାଜା ପୃଥ୍ୱୀରାଜ ଚୌହାନଙ୍କ ଜୀବନୀ ଏବଂ ତାଙ୍କ ବିରତା ଉପରେ ଆଧାରିତ ହୋଇଛି ।

ମାନୁଷୀଙ୍କ ସ୍ୱପ୍ନ ପୂରଣ ହେଲା

ଅକ୍ଷୟ ଏହି ମହାନ ଯୋଦ୍ଧାଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି, ଯିଏ ଭାରତ ଉପରେ ଆକ୍ରମଣ କରିଥିବା ନିଷ୍ଠୁର ମହମ୍ମଦ ଘୋରୀଙ୍କୁ ପରାସ୍ତ କରିଥିଲେ । ମାନୁଷୀ ଏହି ଫିଲ୍ମରେ ପୃଥ୍ୱୀରାଜଙ୍କ ପ୍ରେମିକା ରାଜକୁମାରୀ ସଂଯୁକ୍ତଙ୍କ ଚରିତ୍ରରେ ଅଛନ୍ତି । ଏହାକୁ ନେଇ ମାନୁଷୀ ବେଶ୍‌ ଖୁସି ନଜର ଆସିଛନ୍ତି, କାରଣ ଦର୍ଶକ ଫିଲ୍ମର ଟ୍ରେଲର ଦେଖିବା ପରେ ତାଙ୍କ କାମକୁ ଖୁବ ପ୍ରଂଶସା କରୁଛନ୍ତି ।
ମାନୁଷୀଙ୍କ ସ୍ୱପ୍ନ ପୂରଣ ହେଲା

ଫିଲ୍ମର ଟ୍ରେଲରରୁ ହିଁ ଜଣାପଡ଼ୁଛି ଯେ ମାନୁଷୀ ସୁନ୍ଦରତା ସହ ଅଭିନୟରେ ମଧ୍ୟ ମାହିର ଅଛନ୍ତି । ନିକଟରେ ଆଇଏନଏସକୁ ଦେଇଥିବା ଇଣ୍ଟରଭୁ୍ୟରେ ମାନୁଷୀ କହିଛନ୍ତି ଯେ ‘ରାଜକୁମାରୀ ସଂଯୁକ୍ତାଙ୍କ ଭୂମିକା ତାଙ୍କ ପାଇଁ ସ୍ୱପ୍ନ ସତ ହେବାର ପ୍ରାରମ୍ଭ ।’ ଅକ୍ଷୟ କୁମାର ସହ ଫିଲ୍ମ କରିବା ତାଙ୍କ ପାଇଁ କୌଣସି ସ୍ୱପ୍ନଠାରୁ କମ୍‌ ନୁହେଁ ଏବଂ ଦେଶର ଜଣେ ବଡ଼ ସୁପରଷ୍ଟାରଙ୍କ ସହ ପ୍ରଥମ ଫିଲ୍ମରେ କାମ କରିବା ଏକ ବଡ଼ ଦାୟିତ୍ୱ ।

ମାନୁଷୀଙ୍କ ସ୍ୱପ୍ନ ପୂରଣ ହେଲା

ଏଥିସହ ଏହି ଭୂମିକାକୁ ନିଷ୍ଠା ଏବଂ ସମର୍ପଣ ସହ ଗ୍ରହଣ କରିଥିବାରୁ ଆଜି ତାଙ୍କୁ ଦର୍ଶକଙ୍କଠାରୁ ବିନମ୍ର ପ୍ରତିକ୍ରିୟା ମିଳୁଛି ବୋଲି ମାନୁଷୀ ସାକ୍ଷାତକାରରେ କହିଛନ୍ତି । ସେହିପରି ମାନୁଷୀ ଫିଲ୍ମର ନିର୍ଦ୍ଦେଶକ ଚନ୍ଦ୍ର ପ୍ରକାଶ ଦ୍ୱିବେଦୀଙ୍କୁ ଖୁବ ପ୍ରଂଶସା କରିଥିଲେ । ତେବେ ୨୦୨୨ରେ ବ୍ରହ୍ମାଣ୍ଡ ସୁନ୍ଦରୀ ମାନୁଷୀ ଛିଲ୍ଲରଙ୍କ ଫିଲ୍ମ ଯାତ୍ରାର ଶୁଭାରମ୍ଭକୁ ସିନେମପ୍ରେମୀ ଅତି ଉତ୍ସାହର ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ୩ ଜୁନ୍‌ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ସାରା ଦେଶରେ ମୁକ୍ତିଲାଭ କରିବ ।

Launching Ceremony of “AYUSHMAN BHARAT

Comments are closed.