ନୂଆଦିଲ୍ଲୀ: ମଇ ୧୦: ପଞ୍ଜାବର ମୋହଲିରେ ଥିବା ପଞ୍ଜାବ ପୁଲିସର ଇଣ୍ଟେଲିଜେନ୍ସ ଅଫିସ୍ ଉପରେ ସୋମବାର ସଂଧ୍ୟାରେ ଗ୍ରେନେଡ୍ ଆକ୍ରମଣ ଘଟଣାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ । ସେ ତାଙ୍କର ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି, ମୋହଲିରେ ହୋଇଥିବା ବିସ୍ପୋରଣକୁ ନେଇ ପଞ୍ଜାବ ପୁଲିସ ତଦନ୍ତ କରୁଛି । ପଞ୍ଜାବର ବାତାବରଣକୁ ନଷ୍ଟ କରିବାକୁ ଚାହୁଁଥିବା କେଣସି ବି ବ୍ୟକ୍ତିଙ୍କୁ କ୍ଷମା ଦିଆଯିବ ନାହିଁ । ଏହି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ବି ମତ ରଖିଛନ୍ତି । ସେ କହିଛନ୍ତି କି ଏହା ଏକ କାପୁରୁଷତାର କାର୍ଯ୍ୟ । ଦୋଷୀମାନେ ଖୁବ୍ ଶୀଘ୍ର ଦଣ୍ଡିତ ହେବେ । ଉଲ୍ଲେଖଯୋଗ୍ୟ, ପଞ୍ଜାବର ମୋହଲିରେ ଥିବା ପଞ୍ଜାବ ପୁଲିସର ଇଣ୍ଟେଲିଜେନ୍ସ ଅଫିସ୍ ଉପରେ ସୋମବାର ସଂଧ୍ୟାରେ ଗ୍ରେନେଡ୍ ଆକ୍ରମଣ ହୋଇଥିବା ସୂଚନା ରହିଛି । ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୨ ଜଣ ସଂଦିU କାର୍ରେ ଆସି ଇଣ୍ଟେଲିଜେନ୍ସ ଅଫିସରୁ ୮୦ ମିଟର ଦୂରରେ ଥିବା ଆର୍ପିଜି ନିକଟରେ ରହି ଅଫିସ ଉପରକୁ ରକେଟ୍ ଚାଳିତ ଗ୍ରେନେଡ୍ରେ ଆକ୍ରମଣ କରିଥିଲେ । ଏହି ରକେଟ୍ରୁ ଲଗାତାର ଗ୍ରେନେଡ୍ ବର୍ଷଣ ହୋଇଥିବା ସୂଚନା ରହିଛି । ଏହି ସାମାନ୍ୟ ବିସ୍ପୋରଣ ପଞ୍ଜାବ ପୁଲିସର ଇଣ୍ଟେଲିଜେନ୍ସ ଅଫିସର ତୃତୀୟ ମହଲାରେ ହୋଇଛି । ଏଥିରେ ଝରକା ଭାଙ୍ଗିବା ସହ ଅଳ୍ପ କିଛି କ୍ଷୟକ୍ଷତି ଘଟିଛି । ତେବେ ଏହି ଘଟଣାକୁ ତଦନ୍ତ କରିବାକୁ ଜାତୀୟ ତଦନ୍ତକାରୀ ଏଜେନ୍ସି ତାର ଏକ ଟିମ୍ ପ୍ରେରଣ କରିବ । ଏସ୍ଏଏସ୍ ନଗରର ସେକଫର ୭୭ରେ ଥିବା ପଞ୍ଜାବ ପୁଲିସର ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଯ୍ୟାଳୟ ଉପରେ ସଂଧ୍ୟା ୭.୪୫ ସମୟରେ ଏହି ବିସ୍ପୋରଣ ଘଟିଛି ।

Comments are closed.