ଗ୍ୟାଙ୍ଗଷ୍ଟର ଦାଉଦ୍‌ ଇବ୍ରାହିମ୍‌ର ସହଯୋଗୀମାନଙ୍କ ଉପରେ ଏନ୍‌ଆଇଏ ଚଢ଼ାଉ

ମୁମ୍ବାଇ: ମେ ୦୯: ଆଜି ସମଗ୍ର ମୁମ୍ବାଇର ପ୍ରାୟ ୨୦ଟି ସ୍ଥାନରେ ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି (ଏନ୍‌ଆଇଏ) ପଳାତକ ଗ୍ୟାଙ୍ଗ୍‌ଷଫର ଦାଉଦ୍‌ ଇବ୍ରାହିମ୍‌ର ସହଯୋଗୀମାନଙ୍କ ଉପରେ ଚଢ଼ାଉ ଆରମ୍ଭ କରିଛି । ସୂଚନା ଅନୁସାରେ, ମୁମ୍ବାଇ ବାନ୍ଦ୍ରା, ନାଗପଡ଼ା, ବୋରିୱାଲି, ଜର୍ଜଗାଓଁ, ପାର୍ଲେ, ସାନ୍ତାକ୍ରୁଜ୍‌ ଆଦି ଅଞ୍ଚଳରେ ଦାଉଦ୍‌ ଇବ୍ରାହିମ୍‌ଙ୍କର ସାର୍ପସୁଟର୍‌, ଡ୍ରଗ୍‌ ଟ୍ରାଫିକର୍‌, ହାୱାଲା ଅପରେଟର୍ସ, ରିୟଲ ଇଷ୍ଟେଟ୍‌ ମ୍ୟାନେଜର୍‌ ଏବଂ ଅନ୍ୟାନ୍ୟ ପ୍ରମୁଖ ଅପରାଧୀମାନଙ୍କୁ ଗିରଫ ଚାଲିଛି ।

ପାକିସ୍ତାନର କରାଚିରେ ଥାଇ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ଚଳାଇଥିବା ଅଣ୍ଡୱର୍ାର୍ଲଡ୍‌ ନେଟ୍‌ୱାର୍କର ସଦସ୍ୟମାନେ କରିଥିବା ଆତଙ୍କବାଦୀ, ଅପରାଧିକ କାର୍ଯ୍ୟକଳାପ ସବୁକୁ ଏନ୍‌ଆଇଏ ପର୍ଯ୍ୟାଲୋଚନା କରିବା ସହ ତଦନ୍ତ କରୁଛି ।

ଆତଙ୍କବାଦୀ କାର୍ଯ୍ୟକଳାପ, ଅପରାଧ ଏବଂ ଭାରତରେ ଅସ୍ଥିରତା ସୃଷ୍ଟି କରୁଥିବା ବିଦେଶରେ ବାସବାସ କରୁଥିବା ଡି-କମ୍ପାନୀର କାର୍ଯ୍ୟକର୍ତ୍ତାଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ଚଳିତ ବର୍ଷ ଫେବ୍ରୁଆରି ମାସରେ ଏନ୍‌ଆଇଏ ଏକ ମାମଲା ରୁଜୁ କରିଥିଲା ।

ସୂଚନା ଥାଉଯେ, ୨୦୦୩ରେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ଦାଉଦ୍‌ ଇବ୍ରାହିମ୍‌ଙ୍କୁ ଆତଙ୍କବାଦୀ ଆଖ୍ୟା ଦେବା ସହ ୧୯୯୩ ବମ୍ବେ ବୋମା ବିସ୍ପୋରଣ ଘଟଣାରେ ତାଙ୍କର ଭୂମିକା ପାଇଁ ତାଙ୍କୁ ଧରାଇ ଦେବାଲାଗି ୨୫ ନିୟୁତ ଆମେରିକୀୟ ଡଲାର୍‌ ପୁରସ୍କାର ଘୋଷଣା କରାଯାଇଥିଲା ।

Govt

Comments are closed.