ଏଥର ସ୍ମାର୍ଟ ସିଟିରେ ଗଡିବ ଇ ବସ୍‌

ଭୁବନେଶ୍ବର: ମଇ ୦୬: ମାସକ ମଧ୍ୟରେ ଗଡିବ ଭୁବନେଶ୍ବରରେ ୧୦ଟି ଇ-ବସ୍ । ଏହାସହ ଆହୁରି ୫୦ଟି ବସ୍ ଚଳାଇବାକୁ ଯୋଜନା କରୁଛି ବିଏମସି। ଏହାର ଚାର୍ଜିଙ୍ଗ ଷ୍ଟେସନ୍‌ ହେବ ଚନ୍ଦ୍ରଶେଖରପୁରଠାରେ । ଏହି ଚାର୍ଜିଙ୍ଗ ଷ୍ଟେସନରେ ଏକାଥରେ ୫ଟି ବସ୍ ଚାର୍ଜ ହବ। ସଫଳତା ମିଳିଲେ ଆଗକୁ ଆଉ ଅଧିକ ଷ୍ଟେସନ୍ କରାହେବା ନେଇ ସୂଟନା ରହିଛି। ଏହି ବସ୍‌ ଗୋଟିଏ ଚାର୍ଜ ହେଲେ ଗଡିବ ୧୫୦ କିମି । ସେପଟେ ମୋ ବସ ସେବା ଓ କ୍ରୁଟ୍ ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ସମୀକ୍ଷା କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀରେ ପରିବହନ କ୍ଷେତ୍ରରେ କ୍ରୁଟ ମୋ ବସ ସେବା ଆଜି ଏକ ଅତ୍ୟାଧୁନିକ ଆରାମଦାୟକ ପରିବହନ ବ୍ୟବସ୍ଥା ଭାବେ ଉଭା ହୋଇଛି। ସହରୀ ଯାତାୟାତ ସେବାରେ ସଂସ୍କାର ଆଣିବାର ଆଦର୍ଶ ଭାବେ ଜାତୀୟସ୍ତରରେ ଏକ ମଡେଲ ପାଲଟିଛି। ବର୍ତମାନ ୩୨ଟି ରୁଟ୍ରେ ଚଳାଚଳ କରୁଥିବା ୨୨୫ଟି ବସ୍ରେ ଭୁବନେଶ୍ବର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହରରେ ଦୈନିକ ହାରାହାରି ୧.୫ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି। ଏହି ସବୁ ବସ୍ଗୁଡ଼ିକ ସୁ-ବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି। ତେବେ ପରିବର୍ତିତ ପରିସ୍ଥିତିରେ ଏଥିରେ ଖୁବ୍ଶୀଘ୍ର ବ୍ୟାଟେରି ଚାଳିତ ବା ଇ-ବସ୍ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି।

Govt

Comments are closed.