ଭୁବନେଶ୍ୱର: ମେ ୦୬: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ଏହା ଅବପାତରେ ପରିଣତ ହେବା ସହିତ ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଘୂର୍ଣ୍ଣି ବାତ୍ୟାରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ସୂଚନା ଦେଇଛନ୍ତି ।
ଏହା ସହିତ ସେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନିକଟକୁ ନଯିବା ପାଇଁ ସତର୍କ କରାଇଛନ୍ତି ଓ ସମ୍ୁଦ୍ର ମଧ୍ୟରେ ଥିବା ମତ୍ସଜୀବୀଙ୍କୁ ଶିଘ୍ର ଉପକୂଳକୁ ଫେରିବା ପାଇଁ ପରାମର୍ଶ ଦେଇଛନ୍ତି । ୯ ତାରିଖ ସୁଦ୍ଧା ସମୁଦ୍ର ଅଶାନ୍ତ ରହିବ ।
ଏହି ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି ଜାରି ରଖିବା ସହ ୧୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ନିକଟସ୍ଥ ଉତ୍ତର-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହେବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କି.ମି. ରହିବାର ସମ୍ଭାବନା ରହିଛି । ତେବେ ବାତ୍ୟା କେଉଁ ଉପକୂଳ ଛୁଇଁବ ଓ କେବେ ଛୁଇଁବ ସେନେଇ ସେ ସୂଚନା ଦେଇନାହାନ୍ତି ।

Comments are closed.