ଢେଙ୍କାନାଳ: ମଇ ୦୫: ପ୍ରି ଆକ୍ଟିଭେଟେଡ୍ ସିମକୁ ନେଇ ମାମଲା । ଢେଙ୍କାନାଳ ଜିଲ୍ଲାର ୩ ସର୍ଭିସ ପ୍ରୋଭାଇଡର ସଂସ୍ଥାର ମୁଖ୍ୟଙ୍କୁ ସମନ କରାଯାଇଛି । ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ଖୋଳତାଡ଼ ଜାରି ରହିଛି । ତାସହ ପ୍ରିଆକ୍ଟିଭେଟେଡ୍ ସିମ୍ କାରବାର ନେଇ ନଜର ରଖିବାକୁ ସବୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଚଢ଼ାଉ ପାଇଁ ଏସ୍ପିମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏପଟେ ଏହି ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କୁ ଆଜି ୫ ଦିନିଆ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ ।ରିମାଣ୍ଡ ବେଳେ କାରବାର ସମ୍ପର୍କରେ ଅଧତ୍କ ଖୋଳତାଡ଼ କରିବ । ନିକଟରେ ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିଲା ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟେଡ୍ ସିମ୍ କାର୍ଡ । ତାସହିତ ମିଳିଥିଲା ୪୮ଟି ମୋବାଇଲ ଓ ୧୪ ଲକ୍ଷ ୩୨ ହଜାର ଟଙ୍କା । ଏନେଇ ପ୍ରେସମିଟ୍ରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଥିଲେ । ରାଜ୍ୟ ବାହାରେ ଏହି ସିମ୍ କାର୍ଡ ରାକେଟର ଚେର ଲମ୍ବିଥିବା ସୂଚନା ମିଳିଥିଲା ।

Comments are closed.