ଭୁବନେଶ୍ୱର: ମେ ୦୨: ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ଅଛି । ଏଣୁ ଲଘୁଚାପ ହେବା ନିଶ୍ଚିତ, ହେଲେ ବାତ୍ୟା ହେବ କି ନାହିଁ ତାହାର ସ୍ପଷ୍ଟ ସୂଚନା ମିଳିବପାରି ନାହିଁ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଆର୍ କେ. ଜେନାମଣି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ, ଏହି ଘୂର୍ଣ୍ଣିଝନ ଆସନ୍ତା ହୋଇ ୬ ତାରିଖ ସୁଦ୍ଧା ଘନୀଭୂତ ହୋଇ ଲଘୁଚାପରରେ ପରିଣତ ହେବ ।
ଅନ୍ୟପକ୍ଷରେ, ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ସୂଚନା ଅନୁସାରେ, ଆଜିଠାରୁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରିହିଛି । ସେହିପରି ଆଜି ଅପରାହ୍ନ ସୁଦ୍ଧା କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ କାଳବୈଶାଖୀ ହୋଇପାରେ । ଏହି ସମୟରେ ଘଣ୍ଟା ପ୍ରତି ବପନର ବେଗ ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।

Comments are closed.