ଆହୁରି ଦୁଇ ଦିନ ବର୍ଷିବ ନିଆଁ

ଭୁବନେଶ୍ୱର: ଅପ୍ରେଲ ୨୯: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ କରୁଛି ଅସ୍ତବ୍ୟସ୍ତ। ଖରା ଦାଉରୁ ରକ୍ଷା ପାଇବା ପାଇଁ ବାହାରକୁ ବାହାରିବା ପୂର୍ବରୁ ମୁଣ୍ଡରେ ଗାମୁଛା ଓ ହାତରେ ପାଣି ବୋତଲ ଧରି ଯିବାକୁ ପଡ଼ୁଛି। ଗୋଟିଏପଟେ ତାତି କେବେ କମିବ ଲୋକମାନେ ଚାହିଁ ରହିଥିବାବେଳେ ଆଗାମୀ ୨ ଦିନ ଯାଏ ତାତିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଜଣାପଡ଼ିଛି। ବରଂ ତାତି ଆହୁରି ବଢ଼ିବ। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୫ ଡିଗ୍ରୀ ଯାଏ ଅଧିକ ତାତି ରହିପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଜି ୧୧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗିର।

Govt

Comments are closed.