ଫୁଲବାଣୀ: ଅପ୍ରେଲ ୨୯: କଥାରେ ଅଛି ଇଚ୍ଛାଶକ୍ତି ଆଗରେ ସବୁ କିଛି ହାର୍ ମାନେ। ଏହାକୁ ସତ କରିଛନ୍ତି ଫୁଲବାଣୀ ବିଧାୟକ। ୭୦ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ବିଧାୟକ ଅଙ୍ଗଦ କହଁର। ଫୁଲବାଣୀର ରୁଜାଙ୍ଗି ବିଦ୍ୟାଳୟରେ ଆଜି ବିଧାୟକ ଓ ତାଙ୍କ ଅନ୍ୟ ଦୁଇ ବନ୍ଧୁ ଏକାଠି ଛାତ୍ରଛାତ୍ରୀଙ୍କ ଗହଣରେ ବସି ପରୀକ୍ଷା ଦେଇଛନ୍ତି। ବିଧାୟକ ଆଜି ସାଧାରଣ ପରୀକ୍ଷାର୍ଥୀଙ୍କ ଭଳି ପରୀକ୍ଷା କେନ୍ଦ୍ରକୁ ଆସିବା ସହ ଆଡମିଟ୍ କାର୍ଡ ଯାଞ୍ଚ ପରେ ହଲ୍ ଭିତରକୁ ଯାଇଥିଲେ। ସେହିପରି ବିଧାୟକଙ୍କ ସରପଞ୍ଚ ବନ୍ଧୁ ତଥା ଲୁଇସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ମଧ୍ୟ ବିଧାୟକଙ୍କ ସହ ଗୋଟିଏ ସ୍କୁଲରେ ପରୀକ୍ଷା ଦେଇଛନ୍ତି। ବିଧାୟକ କହିଛନ୍ତି, ଛାତ୍ର ସମୟରେ ପାରିବାରିକ ସମସ୍ୟା ଯୋଗୁ ମାଟ୍ରିକ ପରୀକ୍ଷା ଦେଇପାରିନଥିଲି। ହେଲ ମାଟ୍ରିକ ପାସ୍ କରିବାର ଇଛା ମନରୁ ହଟି ନଥିବାରୁ ଏଇ ବୟସରେ ସେ ପରୀକ୍ଷା ଦେଉଥିବା କହିଛନ୍ତି। ସେ ଆହୁରି କହିଛନ୍ତି, ପାଠପଢା ପାଇଁ କୌଣସି ବୟସ ସୀମା ନଥାଏ। ତେଣୁ କୌଣସି ସଙ୍କୋଚ ବିନା ପରୀକ୍ଷା ଦେଉଛି।

Comments are closed.