ପାଟନା: ଏପ୍ରିଲ ୨୬: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରିୟ ଜନତା ଦଳ (ଆର୍ଜେଡି) ମୁଖ୍ୟ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ସୋମବାର ବିଳମ୍ବିତ ରାତିରେ ହଠାତ୍ ଦଳରୁ ଇସ୍ତଫା ଘୋଷଣା କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସେ ଟୁଇଟର ମାଧ୍ୟମରେ ଏହି ଘୋଷଣା କରିଛନ୍ତି । ସେଥିରେ ସେ ଲେଖିଛନ୍ତି, ମୁଁ ମୋ ବାପାଙ୍କ ପଦାକୁ ଅନୁସରଣ କରିଛି । ସମସ୍ତ କର୍ମକର୍ତ୍ତାଙ୍କୁ ସମ୍ମାନ ଦେଇଛି, ଖୁବ୍ ଶୀଘ୍ର ମୁଁ ମୋର ପିତାଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବି । ଏହି ଟୁଇଟର୍କୁ ତେଜ ପ୍ରତାପ ବାପା ଲାଲୁ ଯାଦବ, ମା ରାବିଡି ଦେବୀ, ଭାଇ ତେଜସ୍ୱୀ ଯାଦବ ଏବଂ ଭଉଣୀ ମିସା ଭାରତୀଙ୍କୁ ଟ୍ୟାଗ କରିଛନ୍ତି ।
मैं अपने पिता के नक्शे कदम पर चलने का काम किया । सभी कार्यकर्ताओं को सम्मान दिया जल्द अपने पिता से मिलकर अपना इस्तीफा दूंगा ।@laluprasadrjd @RJDforIndia @yadavtejashwi @RabriDeviRJD @MisaBharti @Chiranjeev_INC
— Tej Pratap Yadav (@TejYadav14) April 25, 2022
ଆର୍ଜେଡି ପରିବାର ତଥା ଲାଲୁ ପ୍ରସାଦ ପରିବାର ମଧ୍ୟରେ କଳହ ବଢ଼ିବାରେ ଲାଗୁଛି । ସୂଚନା ଅନୁସାରେ, ଆରଜେଡି ଯୁବ ନେତା ରାମରାଜ ଲାଲୁ ଓ ତେଜସ୍ୱୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେବାର କିଛି ଘଣ୍ଟା ପରେ ତେଜ ପ୍ରତାପ ଯାଦବ ଟୁଇଟର୍ରେ ଏହି ଘୋଷଣା କରିଥିବା ଖବର ମିଳିଛି ।
ଇସ୍ତଫା ପ୍ରଦାନ କରିବା ଟୁଇଟ୍ର କିଛି ସମୟ ପରେ ସେ ଫେସବୁକରେ ମାଆ ରାବିଡି ଦେବୀଙ୍କ ସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋ ମାଧ୍ୟମରେ ଜଣାପଡ଼ୁଛିି ଯେ, ପାରିବାରିକ କଳହରେ ମଧ୍ୟରେ ତେଜ ପ୍ରତାପ ତାଙ୍କ ମାଆଙ୍କ ସହ ଅଛନ୍ତି ।

Comments are closed.