ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ଦୁଇ ଦିନିଆ ଭାରତ ଗ୍ରସ୍ତ

ଅହମଦାବାଦ: ଏପ୍ରିଲ ୨୧: ଆଜି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଦୁଇଦିନିଆ ଭାରତ ଗସ୍ତରେ ଆସି ଅହମଦାବାଦ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ଏହା ହେଉଛି ତାଙ୍କର ପ୍ରଥମ ଗୁଜରାଟ ଗସ୍ତ । ଏହା ପୂର୍ବରୁ ତାଙ୍କର ଭାରତ ଗସ୍ତ ଚୂଡ଼ାନ୍ତ ହୋଇଥିଲା ମାତ୍ର କୋଭିଡ୍‌-୧୯ ଯୋଗୁଁ ଗସ୍ତ ବାତିଲ ହୋଇଥିଲା । ବିମାନ ବନ୍ଦରରେ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍‌୍‌ ତାଙ୍କୁ ସ୍ୱାଗତ କରିଥିଲେ । ଅହମଦାବାଦର ମେୟର୍‌, ମୁଖ୍ୟ ସଚିବ, ପୁଲିସ ଡି.ଜି. ଆଶିଷ ଭାଟିଆ, ଜିଲ୍ଲାପାଳ ଓ ଅହମଦାବାଦ ସହରର ପୋଲିସ କମିସନର୍‌ ମଧ୍ୟ ବିମାନ ବନ୍ଦରରେ ଉପସ୍ଥିତ ଥିଲେ ।

ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ଦୁଇ ଦିନିଆ ଭାରତ ଗ୍ରସ୍ତ

ବିମାନ ବନ୍ଦରରେ ପରିବେଶଣକାରୀ ଦଳ ସବୁ ପାରମ୍ପରିକ ଗୁଜରାଟୀ ନୃତ୍ୟ ଏବଂ ସଙ୍ଗୀତ ପରିବେଶଣ କରିଥିଲେ । ସେଠାରୁ ଆଶ୍ରମ ରୋଡ୍‌ ଏବଂ ଦାଫନାଲା ଏବଂ ରିଭର୍ଫ୍ରଣ୍ଟ୍‌ ଦେଇ ୪ କିଲୋମିଟର୍‌ ଦୂରରେ ଥିବା ଏକ ପଞ୍ଚ ତାରକା ହୋଟେଲ୍‌କୁ ରୋଡ୍‌ ଶୋ’ କରି ଯିବା ବାଟରେ ବୋରିସ୍‌ଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ଦୁଇ ଦିନିଆ ଭାରତ ଗ୍ରସ୍ତ

୪ କିଲୋମିଟର୍‌ ରାସ୍ତାରେ ନିୟମିତ ବ୍ୟବଧାନରେ ପ୍ରାୟ ୪୦ ମଞ୍ଚ ପ୍ରସ୍ତୁତ କରାଯାଇଥିଲା । ଆଶ୍ରମ ରୋଡ୍‌ରେ ଥିବା ଉକ୍ତ ହୋଟେଲ୍‌ ପ୍ରାଙ୍ଗଣରେ ମଧ୍ୟ ପାରମ୍ପରିକ ଭାରତୀୟ ନୃତ୍ୟ ପରିବେଶଣ କରାଯାଇ ବୋରିସ୍‌ଙ୍କୁ ସ୍ୱାଗତ କରାଯାଇଥିଲା ।

ଏହାପରେ, ଜନ୍‌ସନ୍‌ ସାବରମତୀରେ ଥିବା ମହାତ୍ମା ଗାନ୍ଧୀଙ୍କ ଆଶ୍ରମକୁ ଯାଇ ଅରଟ ଚଳାଇଥିଲେ ।

ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ଦୁଇ ଦିନିଆ ଭାରତ ଗ୍ରସ୍ତ

ଆଜି ଦିନ ତମାମ ଜନ୍‌ସନ୍‌ ଗୁଜରାଟରେ ରହିବେ ଏବଂ ରାତ୍ର ଭୋଜନ ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି ।

Govt

Comments are closed.