ଜାମନଗରରେ ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରାଡିସନାଲ ମେଡିସିନର ଶିଳାନ୍ୟାସ

ଗୁଜରାଟ: ଅପ୍ରେଲ ୨୦: ଗୁଜରାଟ ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରାଡିସନାଲ ମେଡିସିନର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ଯେ, କରୋନା କାଳରେ ଲୋକଙ୍କୁ ସହାୟକ ହୋଇଛି ପାରମ୍ପାରିକ ଜଡ଼ିବୁଟି । ଏହାର ବ୍ୟବହାର ଦ୍ୱାରା ଆମ ଦେଶର ଲୋକ ଲାଭବାନ ହେଇଛନ୍ତି କିନ୍ତୁ ଏବେ ଏହି ପାରମ୍ପାରିକ ଜଡ଼ିବୁଟିକୁ ଦୁନିଆକୁ ଦେଖେଇବାର ସମୟ ଆସିଛି ।ଏହି କାର୍ଯ୍ୟକ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ୍ ଆଧାନମ୍ ଉପସ୍ଥିତ ଥିବା ବେଳେ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ । ତେବେ ଜାମନଗରରେ ହେବାକୁ ଥିବା ଏହି କେନ୍ଦ୍ରରେ ପାରମ୍ପାରିକ ଔଷଧକୁ ବୈଜ୍ଞାନିକ ଉପାୟରେ ଆହୁରି ଉନ୍ନତମାନର କରିବାର କାମ କରାଯିବ । ଦୁନିଆର ଅନ୍ୟ ଦେଶମାନେ ମଧ୍ୟ ଏହାର ସୁଫଳ ପାଇବେ।

Govt

Comments are closed.