ଦିଲ୍ଲୀ: ଏପ୍ରିଲ ୨୦ : ରାଜଧାନୀ ଦିଲ୍ଲୀରେ ଗତ ଦୁଇ ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି । ଏନେଇ ଗତକାଲି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ବୈଠକ ଡକାଇ ଥିଲେ । ଉପମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁସାରେ, ଦିଲ୍ଲୀରେ ପୁଣି ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଏହାକୁ ଖିଲାପ କଲେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ।
ଏହାଛଡ଼ା କରୋନା ବୃଦ୍ଧି ପାଇବାରୁ ରାଜ୍ୟବାସୀଙ୍କ ହିତକୁ ଦେଖି କେତେକ କଡ଼ା ନିଷ୍ପତ୍ତି ଗ୍ରହଣ କରାଯାଇଛି । ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ସ୍କୁଲ୍ ଆସି କ୍ଲାସ୍ କରିବେ ବୋଲି କର୍ତ୍ତୃପକ୍ଷମାନେ ନିଷ୍ପତ୍ତି ନେଇଛନ୍ତି କି;ୁ, କୋଭିଡ୍ ଆଚରଣ ପାଳନ ପାଇଁ ‘ଏସ୍ଓପି’ ଜାରି କରାଯିବ । ସାମାଜିକ ସମାବେଶ ଉପରେ ନିଷିଦ୍ଧାଦେଶ ଜାରି ହେବନାହିଁ ମାତ୍ର, ସମସ୍ତ ପ୍ରକାର ସମାବେଶ ଉପରେ ତୀବ୍ର ଦୃଷ୍ଟି ରଖାଯିବ ।
ସୂଚନା ଥାଉଯେ, ଏପ୍ରିଲ୍ ୧୧ରୁ ୧୮ ମଧ୍ୟରେ ଦିଲ୍ଲୀରେ ଦେନିକ କୋଭିଡ୍ ସଂକ୍ରମଣ ମାମଲା ପ୍ରାୟ ୩ଗୁଣ ହୋଇଯାଇଛି । ମଙ୍ଗଳବାର ଦିନ ଦିଲ୍ଲୀରେ ପଜିଟିଭିଟି ହାର ୪.୪୨% ଥାଇ ନୂଆ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୬୩୨ରେ ପହଞ୍ଚିଥିଲା । ସୋମବାର ଦିନ ପଜିଟିଭିଟି ହାର ୭.୭୨% ସହ ନୂଆ ସଂକ୍ରମଣ ସଂଖ୍ୟା ଥିଲା ୫୦୧ ।

Comments are closed.